ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ତିହାର ଜେଲକୁ ନୋଟିସ୍‌ ଜାରି କଲେ ଦିଲ୍ଲୀ କୋର୍ଟ - Delhi court issued notice

ମାମଲା ବିଚାରାଧୀନ ରହିଥିବା ଅଭିଯୋଗ କରି ଦୋଷୀମାନେ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି । ଏହି ମାମଲାର ଶୁଣାଣୀ କରି କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

delhi-court-issued-notice-to-tihar-jail-and-prosecution-state-on-convicts-plea-seeking-stay-on-their-death-sentence
ନିର୍ଭୟା ମାମଲା: ତିହାର ଜେଲକୁ ନୋଟିସ ଜାରି କଲେ ଦିଲ୍ଲୀ କୋର୍ଟ

By

Published : Mar 18, 2020, 9:47 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀମାନେ ମାମଲା ବିଚାରାଧୀନ ରହିଥିବା ଅଭିଯୋଗ କରି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି । ଏହି ମାମଲାର ଶୁଣାଣୀ କରି କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତାକାଲି (ଗୁରୁବାର) କରାଯିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

ନିର୍ଭୟା ଦୋଷୀମାନେ ସେମାନଙ୍କର ମାମଲା ବିଚାରାଧୀନ ରହିଥିବା ଦିଲ୍ଲୀର ଏକ କୋର୍ଟରେ ଦର୍ଶାଇଛନ୍ତି । ଏପରିକି ସେମାନଙ୍କ ଏକାଧିକ ଆବେଦନ ଓ ଦ୍ବିତୀୟ କ୍ଷମା ଯାଚିକା ମଧ୍ୟ ପଡିରହିଛି ବୋଲି ପିଟିସନରେ ଉଲ୍ଲେଖ କରିଥିଲେ । ଯାହାକୁ ବିଚାର କରି କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।

ନିର୍ଭୟା ଦୋଷୀ ମାନଙ୍କ ପାଇଁ ଦିଲ୍ଲୀର ଏକ କୋର୍ଟ ବ୍ଲାକ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ମାର୍ଚ୍ଚ 20 ତାରିଖରେ ସେମାନଙ୍କୁ ଫାଶୀ ଦିଆଯିବ ।

@ANI

ABOUT THE AUTHOR

...view details