ନୂଆଦିଲ୍ଲୀ: ଦିଲ୍ଲୀରେ କେରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ରାଜଧାନୀରେ କୋରୋନାର ମୋଟ ମାମଲା ଏକ ଲକ୍ଷ ଅତିକ୍ରମ କରିବ। ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଜୁନ୍ ମାସରେ 100 ଜଣଙ୍କ ମଧ୍ୟରୁ 35 ଜଣ କୋରୋନା ରୋଗୀ ଥିଲେ ବର୍ତ୍ତମାନ ଏହାର ସଂଖ୍ୟା ହ୍ରାସ ପାଇ 11ରେ ରହିଛି । ବର୍ତ୍ତମାନ ଦିଲ୍ଲୀରେ ପ୍ରତିଦିନ 20-24 ହଜାର ମଧ୍ୟରେ ପରୀକ୍ଷା କରାଯାଉଛି।
ସେ ଏହା ମଧ୍ୟ କହିଛନ୍ତି ଯେ ପ୍ଲାଜମା ଚିକିତ୍ସା କୋରୋନା ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରୁଛି । ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଦିଲ୍ଲୀରେ ନିର୍ମିତ ହୋଇଛି । ଏବେ ଦିଲ୍ଲୀରେ କୌଣସି ବିଶୃଙ୍ଖଳା ନାହିଁ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ଲୋକେ ପ୍ଲାଜମା ଦାନ କରୁନାହାଁନ୍ତି ତେଣୁ ଏପିରି ପରିସ୍ଥିତିରେ ଆମେ ପ୍ଲାଜମା ଦାନ କରିବାକୁ ଅନୁରୋଧ କରୁଛୁ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ସରକାର ଆହ୍ବାନ କରୁଛନ୍ତି ।