ନୂଆଦିଲ୍ଲୀ: ରାଜଧାନୀରେ ପରିସ୍ଥିତି ବିଗିଡିବାରେ ଲାଗିଛି । ଗୋଟିଏ ଦିନରେ ଦିଲ୍ଲୀରେ 51 ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 5 ଜଣ ସୁସ୍ଥ ହୋଇଛନ୍ତି ।
ଦିଲ୍ଲୀ ସରକାରଙ୍କ ସୂଚନାନୁସାରେ 35 ଜଣ ବିଦେଶ ଫେରନ୍ତା ଗୁରୁବାର କୋଭିଡ 19ରେ ପଜିଟିଭ ଥିବା ଜଣାପଡିଛି । ମର୍କାଜରୁ ଫେରିଥିବା 4 ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହାସହ 3 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି । ଫଳରେ ଗୁରୁବାର 51 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।