ଓଡିଶା

odisha

ETV Bharat / bharat

କବିତାରେ ଲକଡାଉନ ନିୟମ ମାନିବାକୁ ସଚେତନ କରାଇଲା ଦିଲ୍ଲୀ ପୋଲିସ - lockdown

କବିତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ଓ ଦୃଢ ମନୋବଳ ଆଣିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ଏହି କବିତାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଅଧିକ ଖବର ପଢନ୍ତୁ...

delhi-cop-pens-down-poem-to-instil
କବିତା ଲେଖି ଲକଡାଉନ ମାନିବାକୁ ସଚେତନ କରାଇଲା ଦିଲ୍ଲୀ ପୋଲିସ

By

Published : Apr 19, 2020, 9:54 AM IST

ନୂଆଦିଲ୍ଲୀ: କୋରୋନାକୁ ପ୍ରତିହତ କରିବାକୁ ଦିଲ୍ଲୀ ପୋଲିସର ନିଆରା ପଦକ୍ଷେପ। କବିତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ଓ ଦୃଢ ମନୋବଳ ଆଣିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି। ତେବେ ଏହି କବିତାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ପ୍ରଶଂସା ସାଉଁଟିବାରେ ଲାଗିଛି।

ସୂଚନା ଅନୁସାରେ, ଦିଲ୍ଲୀର ଷ୍ଟେସନ ହାଉସ ଅଫିସର ସୁହାଇବ ଫାରୁକି ଫାଙ୍କା ସମୟରେ ପଢିବାକୁ ଓ ଲେଖିବାକୁ ବହୁତ ଭଲ ପାଆନ୍ତି। ତେବେ ବର୍ତ୍ତମାନର ବିପଦ ସମୟରେ ସେ କିଛି ସମୟ ବାହାର କରି ଏକ କବିତା ଲେଖିଛନ୍ତି, ଯାହା ନାମ ହେଉଛି ''ହେ ୱକ୍ତ ଏହେ ଇନକିଲାବ, କୋରୋନା ସେ ଜୁଙ୍ଗ ହେ''। ଏହି କବିତାରେ ସେ ସମସ୍ତଙ୍କୁ ସାହାସ ଯୋଗାଇବା ସହ କୋରୋନା ଲଢେଇଇ ପାଇଁ ସହଯୋଗ କରିବାକୁ କହିଛନ୍ତି।

ସେ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ କହିଛନ୍ତି। ଦେଶରେ ଏହି ଭାଇରସ ଏବେ ସୁଦ୍ଧା 450 ଲୋକଙ୍କ ଜୀବନ ନେଇ ସାରିଲାଣି। ତଥାପି ମଧ୍ୟ ଆମେ ଦମ୍ଭର ସହିତ ଏହି ଯୁଦ୍ଧରେ ବିଜୟ ଲାଭ କରିବା ବୋଲି ଫାରୁକ୍ କହିଛନ୍ତି। ଏହାସହ 'ଆମେ ମାନେ ଆପଣଙ୍କ ସୁରକ୍ଷା ପାଇଁ ଆଗରେ ରହି ଲଢୁଛୁ, ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ'' ବୋଲି ସେ କହିଛନ୍ତି।

ତେବେ ଦିଲ୍ଲୀ ପୋଲିସ ଶନିବାର ଏକ 4 ବର୍ଷ ଝିଅର ଜନ୍ମଦିନ ପାଳନ ପାଇଁ କେକ୍ ର ବ୍ୟବସ୍ଥା କରିବା ସହ ସାମାଜିକ ଦୁରତ୍ବ ଅବଲମ୍ବନ କରି ଜନ୍ମଦିନ ପାଳନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା।

ABOUT THE AUTHOR

...view details