ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆକାଶଛୁଆଁ । ପ୍ରଥମ ଥର ଡିଜେଲର ଦର ପେଟ୍ରୋଲଠାରୁ ଅଧିକ ରହିଛି । ଏହାକୁ ବିରୋଧ କରୁଛି କଂଗ୍ରେସ । ସୋମବାର ଦିଲ୍ଲୀ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ରାଜ୍ୟପାଳ ଅନିଲ ବୈଜାଲଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଦିଲ୍ଲୀ ପୋଲିସ ସମସ୍ତଙ୍କୁ ଗିରଫ କରିଛି ।
ପ୍ରକାଶଥାଉକି, ଆଜି(ସୋମବାର) ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦଳ ଦେଶବ୍ୟାପୀ ପ୍ରଦର୍ଶନ କରୁଛି। ସେପଟେ ଜିଲ୍ଲା ମୁଖ୍ୟଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରଦର୍ଶନ ଜାରି ରଖିଛି । କର୍ଣ୍ଣାଟକ କଂଗ୍ରେସ ନେତା ଡି କେ ଶିବକୁମାର ସାଇକେଲ ଚଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି ।