ନୂଆଦିଲ୍ଲୀ: ରାତି ପାହିଲେ ନୂଆବର୍ଷ । ନବବର୍ଷର ଗୋଟିଏ ଦିନ ପୂର୍ବରୁ ଭୋକ ଉପାସରେ ରହିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ କଂଗ୍ରେସ । ନୂଆବର୍ଷ ପୂର୍ବଦିନ ମଙ୍ଗଳବାର ସଂଧ୍ୟାରେ ଦିଲ୍ଲୀ କଂଗ୍ରେସ ଅନଶନରେ ବସିବାକୁ ଯାଉଛି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଏହି ଖାଦ୍ୟଛାଡ ଅନଶନରେ ବସିବ କଂଗ୍ରେସ । ଦିଲ୍ଲୀର କନ୍ନଟ ପ୍ଲେସରେ ଏହି ଅନଶନର ଆୟୋଜନ କରାଯାଇଛି ।
2019 ଶେଷ ସଂଧ୍ୟାରେ ଦିଲ୍ଲୀ କଂଗ୍ରେସର ଖାଦ୍ୟଛାଡ ଅନଶନ - hunger strike of delhi congress
ମଙ୍ଗଳବାର କନ୍ନଟ ପ୍ଲେସରେ ଦିଲ୍ଲୀ କଂଗ୍ରେସର ଖାଦ୍ୟଛାଡ ଅନଶନ । ଦେଶରେ ନିଯୁକ୍ତିର ଅଭାବ, ମାନ୍ଦାବସ୍ଥା ଥିବା ବେଳେ ସିଏଏକୁ ନେଇ କଂଗ୍ରେସ ପାଳନ କରିବ 12 ଘଣ୍ଟିଆ ଅନଶନ ।
![2019 ଶେଷ ସଂଧ୍ୟାରେ ଦିଲ୍ଲୀ କଂଗ୍ରେସର ଖାଦ୍ୟଛାଡ ଅନଶନ Delhi Congress](https://etvbharatimages.akamaized.net/etvbharat/prod-images/768-512-5547801-thumbnail-3x2-delhi.jpg)
ନୂଆବର୍ଷ ପୂର୍ବ ସଂଧ୍ୟାରେ ଦିଲ୍ଲୀ କଂଗ୍ରେସର ଖାଦ୍ୟଛାଡ ଅନଶନ
ଦେଶରେ ନିଯୁକ୍ତିର ଅଭାବ, ମାନ୍ଦାବସ୍ଥା ଥିବା ବେଳେ ସିଏଏକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି ବୋଲି ଦିଲ୍ଲୀ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କିର୍ତ୍ତି ଆଜାଦ ସୂଚନା ଦେଇଛନ୍ତି । ଏପରି ସ୍ଥିତିରେ ନୂଆବର୍ଷ ପାଳିବାର କିଛି କାରଣ ନାହିଁ ବୋଲି ଆଜାଦ ପ୍ରତିକ୍ରିୟା ଦେଇଛନ୍ତି । ଏନେଇ ମଙ୍ଗଳବାର ସଂଧ୍ୟା 6ଟାରେ 12 ଘଣ୍ଟିଆ ଖାଦ୍ୟଛାଡ ଆନ୍ଦୋଳନ ଆୟୋଜିତ ହୋଇଥିବା ସେ କହିଛନ୍ତି ।
ଅନ୍ୟପକ୍ଷେ 2ରୁ 6 ଜାନୁଆରୀ ପର୍ଯ୍ୟନ୍ତ ଆମ ଆଦମି ପାର୍ଟି ଓ ବିଜେପିର ଜନତା ବିରୋଧୀ ରାଜନୀତି ପାଇଁ କଂଗ୍ରେସ ଘର ଘର ବୁଲି ଲୋକଙ୍କୁ ସଚେତନ କରିବ କଂଗ୍ରେସ ।