ଓଡିଶା

odisha

ETV Bharat / bharat

ସଫା ଦିଶୁଛି ଆକାଶ, ଦିଲ୍ଲୀକୁ ଏବେ ଆବଶ୍ଯକ ନାହିଁ ଯୁଗ୍ମ-ଅଯୁଗ୍ମ: କେଜ୍ରିୱାଲ

ଦିଲ୍ଲୀ ପ୍ରଦୂଷଣରେ ସୁଧାର ଆସିଛି । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ପ୍ରଦୂଷଣ ମାତ୍ରା ଖସୁଥିବାରୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେଣୁ ଏଥିପାଇଁ ଆଉ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ ।

ଦିଲ୍ଲୀକୁ ଏବେ ଆବଶ୍ଯକ ନାହିଁ ଯୁଗ୍ମ-ଅଯୁଗ୍ମ

By

Published : Nov 18, 2019, 2:45 PM IST

ନୂଆଦିଲ୍ଲୀ: ଆଉ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ । ସଫା ଦିଶୁଛି ଆକାଶ । ତେଣୁ ବର୍ତ୍ତମାନ ଯୁଗ୍ମ-ଅଯୁଗ୍ମର ଆବଶ୍ୟକତା ନାହିଁ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲ ।

ଦିଲ୍ଲୀକୁ ଏବେ ଆବଶ୍ଯକ ନାହିଁ ଯୁଗ୍ମ-ଅଯୁଗ୍ମ

ଗତ କିଛି ଧରି ଲଗାତାର ପ୍ରଦୂଷଣର ମାନ ବୃଦ୍ଧି ପାଉଥିବା ନେଇ ପୁଣି ଥରେ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ତ୍ତମାନ ପ୍ରଦୂଷଣ ହ୍ରାସ ପାଇଥିବାରୁ ଆଉ ଥରେ ନିୟମ ଲାଗୁ କରାଯିବ ନାହିଁ କହିଛନ୍ତି କେଜ୍ରିୱାଲ । ନଭେମ୍ବର 4ରୁ 15 ତାରିଖ ଯାଏ 3ୟ ଥର ପାଇଁ ଦିଲ୍ଲୀରେ ନିୟମକୁ କାର୍ଯ୍ୟକାରୀ କରାଯାଇଥିଲା ।


ସୂଚନାଯୋଗ୍ୟ, ନିୟମ ଲାଗୁ ହେବା ପରେ ମଧ୍ୟ ଦିଲ୍ଲୀ ବାୟୁମଣ୍ଡଳରେ କୌଣସି ସୁଧାର ଆସିନଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡା ତାଗିଦ କରିଥିଲେ । ଯୁଗ୍ମ-ଅଯୁଗ୍ମ ବଳରେ ପ୍ରଦୂଷଣକୁ ରୋକାଯାଇପାରିବ ନାହିଁ କୌଣସି ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ABOUT THE AUTHOR

...view details