ଓଡିଶା

odisha

ETV Bharat / bharat

ଆସୁଛି ନିର୍ବାଚନ, ଜାଣନ୍ତୁ କ'ଣ କହୁଛି କେଜ୍ରିୱାଲଙ୍କ ଜାତକ... - ଦିଲ୍ଲୀ ବିଧାନସଭା ନିର୍ବାଚନ

ଆସନ୍ତା 10 ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ସମୟରେ ଜ୍ୟୋତିର୍ବିଦ ପ୍ରତୀକ ମିଶ୍ର ପୁରୀ କହିଛନ୍ତି ଆପ ମୁଖ୍ୟ କେଜ୍ରିୱାଲଙ୍କ ଗ୍ରହ ନକ୍ଷତ୍ର ଭଲ ଚଳନ ରହିଛି । କନ୍ତୁ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ତାଙ୍କୁ କଡା ଟକ୍କର ଦେଇପାରନ୍ତି ବୋଲି ପ୍ରକାଶ କରିଛନ୍ତି ।

delhi-cm-arvind-kejriwal-horoscope-by-date-of-birth
ଅରବିନ୍ଦ କେଜ୍ରିୱାଲଙ୍କ ଜ୍ୟୋତିଷ

By

Published : Jan 12, 2020, 2:32 PM IST

ହରିଦ୍ବାର: 10 ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସମସ୍ତ ରାଜନୈତିକ ଦଳ ଜୋରଦାର ଲଢେଇ ପାଇଁ ମଇଦାନରେ ଅବତୀର୍ଣ୍ଣ ହେବେ । ଦିଲ୍ଲୀର ଶାସନ ଭାର ବର୍ତ୍ତମାନ ଆମ ଆଦମୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ହାତରେ ଅଛି । କିନ୍ତୁ ବିଧାନସଭା ନିର୍ବାଚନ ପରେ ଅରବିନ୍ଦ ସରକାର ଗଢିବେ ନା ଅନ୍ୟ କୌଣସି ଦଳ ସରକାର ଗଢିବ । ଏନେଇ ଇଟିଭି ଭାରତ ପକ୍ଷରୁ ରାଜନୈତିକ ବ୍ୟକ୍ତିଙ୍କ ନକ୍ଷତ୍ର ଗ୍ରହଙ୍କ ଉପରେ ନଜର ପକାଇବା ।

ଅରବିନ୍ଦ କେଜ୍ରିୱାଲଙ୍କ ଜ୍ୟୋତିଷ

ଜ୍ୟୋତିର୍ବିଦ ପ୍ରତୀକ ମିଶ୍ର ପୁରୀ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲ 16 ଅଗଷ୍ଟ 1968 ମସିହା ରାତ୍ରରେ ଜନ୍ମ ଗ୍ରହଣ କରିଥିଲେ । ଯାହା ଅନୁସାରେ ଅରବିନ୍ଦ ଜନ୍ମ ବୃଷ ଲଗ୍ନ ଓ ମେଷ ରାଶି ହୋଇଥିବା ବେଳେ ଏହି ସମୟରେ ଗ୍ରହ ନକ୍ଷତ୍ର ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ଗୋଚର ସ୍ଥିତି ସଫଳ ରହିଛି ।ତାଙ୍କ ନବମ ସ୍ଥାନରେ ବୃହସ୍ପତି ରହିଥିବା ବେଳେ ଦଶମ ସ୍ଥାନରେ ଚନ୍ଦ୍ର ରହିଛନ୍ତି । ଯାହା ଅନୁସାରେ ଆଗାମୀ ନିର୍ବାଚନରେ ଭଲ ସଫଳତା ଆଣିଦେବ ବୋଲି ଜ୍ୟୋତିଷ କହିଛନ୍ତି ।

ଖାଲି କେଜ୍ରିୱାଲ ନୁହେଁ, ଜ୍ୟୋତିର୍ବିଦ କୁମାର ବିଶ୍ବାସ ଓ ମନୋଜ ତିୱାରୀଙ୍କ ଗ୍ରହ ନକ୍ଷତ୍ର ମଧ୍ୟ ଦେଖିଛନ୍ତି । ସେମାନଙ୍କ ଭାଗ୍ୟ ବି ଅରବିନ୍ଦ କେଜ୍ରିୱାଲଙ୍କଠୁ ବହୁତ ଶକ୍ତ ଅଛି ବୋଲି ସେ କହିଛନ୍ତି । ତେବେ ଆଉ କିଛିଦିନ ପରେ ଦିଲ୍ଲୀବାସୀ ନିର୍ବାଚନରେ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

ABOUT THE AUTHOR

...view details