ଓଡିଶା

odisha

By

Published : Aug 8, 2019, 7:41 PM IST

ETV Bharat / bharat

ଦିଲ୍ଲାବାସୀଙ୍କୁ ମିଳିବ 15 ଜିବି ମାଗଣା ଡାଟା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ପାଇଁ ଅଫର ଘୋଷଣା କରିଛନ୍ତି । ସାରା ଦିଲ୍ଲୀରେ 11000 ହଟସ୍ପଟ ଲଗାଯିବ । ଇଣ୍ଟରନେଟ ବ୍ୟବହାରକାରୀ ପ୍ରତି ମାସକୁ ମାଗଣାରେ ପାଇବେ 15 ଜିବି ଡାଟା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଏଣିକି ଇଣ୍ଟରନେଟ ବ୍ୟବହାରକାରୀ ପ୍ରତି ମାସକୁ ମାଗଣାରେ ପାଇବେ 15 ଜିବି ଡାଟା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ପାଇଁ ଏଭଳି ଅଫର ଘୋଷଣା କରିଛନ୍ତି । ସାରା ଦିଲ୍ଲୀରେ 11000 ହଟସ୍ପଟ ଲଗାଯିବ । ଫଳରେ ଇଣ୍ଟରନେଟ ୟୁଜର୍ସ ଫ୍ରି ୱାଇଫାଇର ସେବା ପାଇପାରିବେ ।

ଏନେଇ କେଜ୍ରିୱାଲ କହିଛନ୍ତି ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । 2020ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଦିଲ୍ଲୀବାସୀ ବହୁ ଯୋଜନା ଘୋଷଣା କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏଥିପୂର୍ବରୁ କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କ ପାଇଁ ବିଜୁଳି ଦର ଶସ୍ତା କରିଛନ୍ତି। 5 ବର୍ଷର ଏହି ସରକାର ଲଗାତାର ନିଜର କାର୍ଯ୍ୟକାଳରେ ବିଜୁଳି ଦର ବଢିବାକୁ ଦେଇନଥିଲେ ।

ସୂଚନା ଅନୁସାରେ ଆମ ଆଦମୀ ପାର୍ଟି 2015 ବିଧାନସଭା ନିର୍ବାଚନରେ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବା ଏବଂ ମାଗଣାରେ ୱାଇଫାଇ ସେବା ଦେବାର ପ୍ରତିଶୃତି ଦେଇଥିଲେ । ଏହି ପ୍ରତିଶୃତି ପୁରଣ କରିବା ପାଇଁ ଦିଲ୍ଲୀ ସରକାର ଦୁଇଟି ପର୍ଯ୍ୟାୟରେ 70 ହଜାର ୱାଇଫାଇ ରାଉଟର ଲଗାଇବେ । ଏହାସହ ଦୁଇଟି ପର୍ଯ୍ୟାୟରେ 2.8 ଲକ୍ଷ ସିସିଟିଭି କ୍ୟାମେରା ଲଗାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 1.4 ଲକ୍ଷ ସିସିଟିଭି କ୍ୟାମେରା ଲଗାଯିବ ।

ABOUT THE AUTHOR

...view details