ନୂଆଦିଲ୍ଲୀ: ଆସନ୍ତା 24ରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ । ଏନେଇ ଦିଲ୍ଲୀର ଏକ ସ୍କୁଲରେ ଆୟୋଜିତ ହେବାକୁ ଯାଉଛି କାର୍ଯ୍ୟକ୍ରମ । ଯେଉଁଥିରେ ସାମିଲ ହେବେ ମେଲାନିଆ ଟ୍ରମ୍ପ। ହେଲେ ଏହି କାର୍ଯ୍ୟକ୍ରମରୁ ଏବେ ବାଦ ପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହି ସ୍କୁଲଟି ଦିଲ୍ଲୀ ସରକାରଙ୍କ ଅଧିନରେ ଆସୁଥିବାବେଳେ, କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କୁ ବାଦ ଦେବାକୁ ନେଇ ଉଠିଛି ପ୍ରଶ୍ନ ।
ମେଲାନିଆ ଟ୍ରମ୍ପଙ୍କ କାର୍ଯ୍ୟକ୍ରମକୁ କେଜ୍ରିୱାଲ, ସିସୋଦିଆଙ୍କୁ ମନା ! - ସାମିଲ ହେବେନି କେଜ୍ରିୱାଲ ଓ ସିସୋଦିଆ
ଦିଲ୍ଲୀର ଏକ ସ୍କୁଲରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ । ହେଲେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ।
ମେଲାନିଆ ଟ୍ରମ୍ପଙ୍କ କାର୍ଯ୍ୟକ୍ରମକୁ କେଜ୍ରିୱାଲ, ସିସୋଦିଆଙ୍କୁ ମନା !
ଅନ୍ୟପଟେ, ରାଷ୍ଟ୍ରପତି ଶାସନ ଗ୍ରହଣ କରିବାର ଟ୍ରମ୍ପଙ୍କ ଏ ହେଉଛି ପ୍ରଥମ ଭାରତ ଗସ୍ତ । ଗୁଜୁରାଟର ଅହମ୍ମବାଦରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କେବଳ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ନୁହେଁ, ଆଗ୍ରା ଯାଇ ତାଜମହଲ ବୁଲି ଦେଖିବାର ମଧ୍ୟ ଯୋଜନା ରହିଛି । ତେବେ ଗାନ୍ଧୀ ଆଶ୍ରମକୁ ନେଇ ଏବେ ବି ଅନିଶ୍ଚିତତା ଦେଖାଦେଇଛି ।
@ANI