ଓଡିଶା

odisha

ETV Bharat / bharat

ମାଡ ଘଟଣାରେ ବିଜେପିକୁ ଦାୟୀ କଲେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱ୍ବାଲଙ୍କ ରୋଡ ସୋରେ ତାଙ୍କୁ ଆକ୍ରମଣ ଘଟଣାରେ ବିଜେପିକୁ ଦାୟୀ କରିଛନ୍ତି ସେ ।

By

Published : May 5, 2019, 4:42 PM IST

ଫଟୋ ସୌଜନ୍ୟ : ଏନ୍ଆଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ଦିଲ୍ଲୀରେ ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଆମ୍ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱ୍ବାଲ ରୋଡ ସୋ କରିବା ସମୟରେ ଜଣେ ଯୁବକ କରିଛି ଆକ୍ରମଣ । ଏହି ଘଟଣା ପଛରେ ବିଜେପିର ହାତ ଥିବା କହି ଦାୟୀ କରିଛନ୍ତି କେଜ୍ରିୱ୍ବାଲ ।

ରବିବାର ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଛନ୍ତି ପାଞ୍ଚ ବର୍ଷ ମଧ୍ୟରେ ମୋ ଉପରେ ନୂଆ ତରିକାରେ ଆକ୍ରମଣ କରୁଛି ବିଜେପି । ଏ ଆକ୍ରମଣ ମୋ ଉପରେ ନୁହେଁ, ଏହା ଦିଲ୍ଲୀବାସୀଙ୍କ ଉପରେ ହୋଇଛି । ତେଣୁ ଏପରି ଅସହିଷ୍ଣୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହାତ ରହିଛି । ସେ ନୈତିକତା ଦୃଷ୍ଟରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି କେଜ୍ରିୱ୍ବାଲ ।

ABOUT THE AUTHOR

...view details