ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । ଫେବୃଆରୀ 8ରେ ମତଦାନ ପୂର୍ବରୁ ମଡେଲ ଟାଉନରୁ ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । 8 ଫେବୃଆରୀ ଦିଲ୍ଲୀ ରାସ୍ତାରେ ଭାରତ ବନାମ ପାକିସ୍ତାନର ଲଢେଇ ହେବାକୁ ଯାଉଥିବା କପିଲ ଟ୍ବିଟ କରିଥିଲେ । ଏହି ଟ୍ବିଟକୁ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କ ଉପରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏହି ଟ୍ବିଟକୁ ଡିଲିଟ୍ କରିବା ପାଇଁ ସିଧାସଳଖ ଟ୍ବିଟରକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀରେ ଭାରତ ପାକିସ୍ତାନ ଲଢେଇ ମନ୍ତବ୍ୟ: ବିଜେପି ନେତାଙ୍କ ନାଁରେ ମାମଲା - କପିଲ ମିଶ୍ରଙ୍କ ବିରୁଦ୍ଧରେ FIR
ଦିଲ୍ଲୀ ମଡେଲ ଟାଉନରୁ ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ । 8 ଫେବୃଆରୀ ଦିଲ୍ଲୀର ରାସ୍ତାରେ ହିନ୍ଦୁସ୍ତାନ ବନାମ ପାକିସ୍ତାନ ମଧ୍ୟରେ ଲଢେଇ ହେବ ବୋଲି ଟ୍ବିଟ କରିଥିଲେ କପିଲ । ଅଧିକ ପଢନ୍ତୁ...

କପିଲ ମିଶ୍ରଙ୍କ ବିରୁଦ୍ଧରେ ଦାଏର ହେବ FIR!
ମଡେଲ ଟାଉନରୁ ବିଜେପି ପ୍ରାର୍ଥୀ କହିଥିଲେ ଯେ 8 ଫେବୃଆରୀ ଦିଲ୍ଲୀର ରାସ୍ତାରେ ହିନ୍ଦୁସ୍ତାନ ବନାମ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ଦିଲ୍ଲୀର ଅନେକ ସ୍ଥାନରେ 'ମିନି ପାକିସ୍ତାନ' ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ବୋଲି କପିଲ ମତ ଦେଇଥିଲେ । ଏହାସହ ଯେବେ ଯେବେ ପାକିସ୍ତାନକୁ ଛିଡା କରିବାକୁ ଚେଷ୍ଟା କରାଯାଇଛି, ସେତେବେଳେ ତା' ସାମ୍ନାରେ ହିନ୍ଦୁସ୍ତାନ ଛିଡା ହୋଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ କପିଲ ।