ଓଡିଶା

odisha

By

Published : Jun 2, 2020, 3:58 PM IST

ETV Bharat / bharat

ଦିଲ୍ଲୀ ବିଜେପି ସଭାପତି ପଦରୁ ହଟିଲେ ମନୋଜ ତିୱାରୀ

କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ କରିଛି। ମନୋଜ ତିୱାରୀଙ୍କୁ ଦିଲ୍ଲୀ ବିଜେପି ସଭାପତି ପଦରୁ ହଟାଇ ଦିଆଯାଇଛି।

aadesh gupta
ବିଜେପିର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ କରିଛି । ମନୋଜ ତିୱାରୀଙ୍କୁ ଦିଲ୍ଲୀ ବିଜେପି ସଭାପତି ପଦରୁ ହଟାଇ ଦିଆଯାଇଛି।

ବର୍ତ୍ତମାନ ଆଦେଶ କୁମାର ଗୁପ୍ତାଙ୍କୁ ତାଙ୍କ ସ୍ଥାନରେ ଦିଲ୍ଲୀ ବିଜେପିର ଭାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଦ୍ୱାରା ଚିଠି ଜାରି କରାଯାଇଛି। ଏହା ବ୍ୟତୀତ ଛତିଶଗଡର ବିଜେପି ସଭାପତିଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବିଷ୍ଣୁଦେବ ସାଇଙ୍କୁ ରାଜ୍ୟ ସଭାପତି କରାଯାଇଛି।

ମଣିପୁରରେ ବି ନୂତନ ରାଜ୍ୟ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ମଣିପୁର ବିଜେପିର କମାଣ୍ଡ ଏସ ଟିକେନ୍ଦ୍ର ସିଂଙ୍କ ହାତରେ ଦିଆଯାଇଛି। 3 ରାଜ୍ୟର ଅଧ୍ୟକ୍ଷଙ୍କ ପରିବର୍ତ୍ତନ ନିଷ୍ପତ୍ତି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ।

ABOUT THE AUTHOR

...view details