ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ଅଧ୍ୟକ୍ଷଙ୍କ ଟାର୍ଗେଟରେ କେଜ୍ରିୱାଲ । ଦିଲ୍ଲୀ କୋରୋନା ସ୍ଥିତିକୁ ନେଇ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, କେଜ୍ରିୱାଲ ମିଛ କ୍ରେଡିଟ ନେବାକୁ ବସିଛନ୍ତି । ଏଥିସହ ସେ କହିଛନ୍ତି, କୋରୋନା ସଙ୍କଟ ସମୟରେ ଦିଲ୍ଲୀ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ କରିବା ପରିବର୍ତ୍ତେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସେମାନଙ୍କ ସ୍ଥିତିରେ ଛାଡିଦେଇଥିଲେ । ଫଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ।
କୋରୋନା କାଳରେ କ୍ରେଡିଟ ଓ୍ବାର, ଦିଲ୍ଲୀ ବିଜେପି ଅଧ୍ୟକ୍ଷଙ୍କ ଟାର୍ଗେଟରେ କେଜ୍ରିୱାଲ - ଦିଲ୍ଲୀ ବିଜେପି ଅଧ୍ୟକ୍ଷ
ଦିଲ୍ଲୀ କୋରୋନା ସ୍ଥିତିକୁ ନେଇ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, କେଜ୍ରିୱାଲ ମିଛ କ୍ରେଡିଟ ନେବାକୁ ବସିଛନ୍ତି । ଏଥିସହ ସେ କହିଛନ୍ତି, କୋରୋନା ସଙ୍କଟ ସମୟରେ ଦିଲ୍ଲୀ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ କରିବା ପରିବର୍ତ୍ତେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସେମାନଙ୍କ ସ୍ଥିତିରେ ଛାଡିଦେଇଥିଲେ ।
ଯାହାଫଳରେ ଦିଲ୍ଲୀରେ କୋରୋନା ମାମଲା ନିୟନ୍ତ୍ରିତ ହେବା ସହ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ କ୍ରେଡିଟ ନେବା ଆଳରେ ଆମ ଆଦମୀ ପାର୍ଟୀ ମୁଖିଆ ସବୁଠାରୁ ଆଗରେ ଆସୁଥିବା ନଜର ଆସୁଛନ୍ତି । ତେବେ କ୍ରେଡିଟ୍ ଚୋରୀ ଏବଂ ବିଜ୍ଞାପନରେ ନିଜକୁ ଦେଖାଇବା କ୍ଷେତ୍ରରେ ଯଦି କିଛି ଆୱାର୍ଡ ଥାନ୍ତା ତେବେ ଏହି ଆୱାର୍ଡ କେଜ୍ରିୱାଲକୁ ଯାଇଥାନ୍ତା ବୋଲି ଆଦେଶ କୁମାର ଗୁପ୍ତା କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି, ଯେଉଁଭଳି ଭାବରେ ଦିଲ୍ଲୀରେ କୋରୋନା ସ୍ଥିତି ଥିଲା ବିନା କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ସ୍ଥିତିରେ ସୁଧାର ଆସିନଥାନ୍ତା । 24 ମାର୍ଚ୍ଚରୁ ନେଇ 14 ଜୁନ ପର୍ଯ୍ୟନ୍ତ ଦିଲ୍ଲୀରେ କୋରୋନା ଟେଷ୍ଟିଂ ଠିକ ଭାବରେ ହେଉନଥିଲା ଏବଂ ଲୋକଙ୍କୁ ସମୟରେ ବେଡ ଏବଂ ଚିକିତ୍ସା ମଧ୍ୟ ମିଳୁନଥିଲା । ଏଭଳି ସମୟରେ କେଜ୍ରିୱାଲ ବିଜ୍ଞାପନ ଜରିଆରେ ନିଜର ମାର୍କେଟିଂ କରୁଥିଲେ । ଏଥିପାଇଁ କେଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀର ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ଭାଳିଥିଲେ ।