ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ସଙ୍ଗୀନ ହେଉଛି ରାଜଧାନୀ ଦିଲ୍ଲୀ ସ୍ଥିତି । ଲଗାତାର 3 ଦିନ ଧରି ସଂକ୍ରମଣ ମାମଲା 3 ହଜାର ରହୁଛି । ସୋମବାର ରିପୋର୍ଟ ପରେ ଏବେ ତାମିଲନାଡୁକୁ ମଧ୍ୟ ଟପି ଯାଇଛି । ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଗତ 24 ଘଣ୍ଟାରେ 2909 କୋଭିଡ ମାମଲା ଚିହ୍ନଟ ହୋଇଛି ।
ଦିଲ୍ଲୀରେ ମୋଟ ସଂକ୍ରମଣ ମାମଲା 62 ହଜାର 655ରେ ପହଞ୍ଚିଛି । ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା 59 ହଜାର 377ରେ ରହିଛି । ସେହିପରି ଗୋଟିଏ ସପ୍ତାହରେ ଦିଲ୍ଲୀରେ 18 ହଜାର 564ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି । ମୁମ୍ବାଇରେ ମୋଟ ମାମଲା 66 ହଜାର 500ରେ ପହଞ୍ଚିଛି । ତେବେ ଗତ କିଛି ଦିନ ହେବ ମୁମ୍ବାଇ ସଂକ୍ରମଣ କମିଛି । ତେବେ ଦିଲ୍ଲୀରେ କ୍ରମାଗତ ସଂକ୍ରମଣ ଏପରି ବଢିବା ଦ୍ବାରା ଆଉ କିଛି ଦିନ ପରେ ମୁମ୍ବାଇକୁ ଟପି ଯିବ ।
ଦିଲ୍ଲୀରେ ସଂକ୍ରମିତ ମାମଲା ମଧ୍ୟରୁ 36 ହଜାର 602 ଜଣ ସୁସ୍ଥ ହୋଇଥିବାବେଳେ 23 ହଜାର 820 ରିପୋର୍ଟ ଏବେ ବି ସକ୍ରିୟ ରହିଛି । ସେହିପରି ସୋମବାରର 24 ଘଣ୍ଟିଆ ରିପୋର୍ଟରେ 58 ଜଣଙ୍କ ମୃତ୍ୟୁ ପରେ ମୋଟ 2233 ଜଣଙ୍କ କୋରୋନା ଜୀବନ ନେଇସାରିଲାଣି ।
ଦିଲ୍ଲୀରେ କୋଭିଡ-19 ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ 3,84,696 ନମୁନା ପରୀକ୍ଷା କରାଯାଇଛି, ଯେଉଁଥିରେ ସୋମବାର 14,682 ନମୁନା ପରୀକ୍ଷା କରାଯାଇଛି।