ଓଡିଶା

odisha

ETV Bharat / bharat

କ୍ୟାନ୍ସର ପୀଡିତାଙ୍କ ବଦାନ୍ୟତା, 200 ଅସହାୟଙ୍କର ସାଜିଛନ୍ତି ମା'

ଆଞ୍ଚଲ ଶର୍ମା। ଜଣେ ଏପରି ବ୍ୟକ୍ତିତ୍ବ ଯିଏ ଆମକୁ କଷ୍ଟରୁ କଷ୍ଟକର ପରିସ୍ଥିତି ସାମ୍ନାରେ ହାର ନମାନିବା ପାଇଁ ପ୍ରେରଣା ଦେଇଥାନ୍ତି। ସେ ପ୍ରତିଦିନ ସେ ଦିଲ୍ଲୀର ରଙ୍ଗପୁରୀ ଅଞ୍ଚଳରେ ରହୁଥିବା 100-200 ଶିଶୁଙ୍କୁ ଖାଦ୍ୟ ଦେଇଥାନ୍ତି।

କ୍ୟାନ୍ସର ପିଡୀତାଙ୍କ ବଦାନ୍ୟତା, 200 ଅସହାୟଙ୍କ ସାଜିଛନ୍ତି ମା'

By

Published : Sep 24, 2019, 2:27 PM IST

ନୂଆଦିଲ୍ଲୀ: ଜୀବନରେ ଥରେ ହୋଇଥାଏ ଜନ୍ମ ଏବଂ ମୃତ୍ୟୁ। ମାତ୍ର ଏହା ସବୁଠାରୁ ଅଧିକ ମହତ୍ତ୍ବ ରଖିଥାଏ ଯେ ଆମେ ଏହି ଜନ୍ମ ଓ ମୃତ୍ୟୁ ମଝିରେ କଣ କରିଛେ । କାହା ପାଇଁ କରିଛେ । ଆଉ ଏହାଦ୍ବାରା କାହାର ଉପକାର ହୋଇଛି କି । ଆମ ଭିତରେ ଖୁବ୍ କମ୍ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ପାଇଁ ଭାବିବା ପୂର୍ବୁର ଅନ୍ୟ କଥା ଭାବିଥାଆନ୍ତି । ଆଉ ସେମିତି ଜଣେ ହେଉଛନ୍ତି ଦିଲ୍ଲୀର ବାସିନ୍ଦା ଆଞ୍ଚଲ ଶର୍ମା ।

କ୍ୟାନ୍ସର ପିଡୀତାଙ୍କ ବଦାନ୍ୟତା, 200 ଅସହାୟଙ୍କ ସାଜିଛନ୍ତି ମା'

ଆଞ୍ଚଲ ଶର୍ମା । ଜଣେ ଏପରି ବ୍ୟକ୍ତିତ୍ବ ଯିଏ ଆମକୁ କଷ୍ଟରୁ କଷ୍ଟ ପରିସ୍ଥିତି ସାମ୍ନାରେ ହାର ନମାନିବା ପାଇଁ ପ୍ରେରଣା ଦେଇଥାଆନ୍ତି । ସେ ପ୍ରତିଦିନ ରାଷ୍ଟ୍ରୀୟ ରାଜଧାନୀ ରଙ୍ଗପୁରୀ ଅଞ୍ଚଳରେ ରହୁଥିବା 100-200 ଶିଶୁଙ୍କୁ ଖାଦ୍ୟ ଦେଇଥାଆନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି, ଆଞ୍ଚଲ କ୍ୟାନ୍ସରରେ ପିଡୀତ । ତାଙ୍କର କେମୋଥେରାପି ଟ୍ରିଟମେଣ୍ଟ ଚାଲିଛି । କିନ୍ତୁ ସେ ଏହାକୁ ନେଇ ଦୁଃଖ କରିବା ପରିବର୍ତ୍ତେ ଖୁସି ବାଣ୍ଟୁଛନ୍ତି । କାରଣ ତାଙ୍କ କହିବା ଅନୁସାରେ, ଭୋକିଲାକୁ ଖାଦ୍ୟ ଦେବାର ଭାଗ୍ୟ ସମସ୍ତଙ୍କୁ ମିଳେନା ।

କ୍ୟାନ୍ସର ପିଡୀତାଙ୍କ ବଦାନ୍ୟତା, 200 ଅସହାୟଙ୍କ ସାଜିଛନ୍ତି ମା'

ତେବେ ଏମିତି ନୁହେଁ କତି ଆଞ୍ଚଲ ଜୀବନ ଖୁବ୍ ସରଳ । ନିଜ ଜୀବନରେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ସେ । ଦାରିଦ୍ର ଠାରୁ ଆରମ୍ଭ କରି ଘରୋଇ ହିଂସା ପର୍ଯ୍ୟନ୍ତ । ଏମିତିକି ତାଙ୍କ ଛୋଟ ଭଉଣୀଙ୍କ ହତ୍ୟା ମଧ୍ୟ କରାଯାଇଛି । ଆଉ ଏହା ଉପରେ କ୍ୟାନ୍ସର ପରି ରୋଗ । ଏତେସବୁ ପରେ ନା ସେ ହସିବା ଭୁଲିଛନ୍ତି । ନା ଅନ୍ୟକୁ ହସାଇବା ।

ତେବେ ଏଠାରେ ଆପଣଙ୍କୁ ଏହାମଧ୍ୟ କହିବା ଜରୁରି ଯେ, ଆଞ୍ଚଲ କୌଣସି ଉଚ୍ଚ ପରିବାରରୁ ଆସିନାହାଁନ୍ତି ବରଂ ତାଙ୍କ ପିତା ଜଣେ ଅଟୋ ଡ୍ରାଇଭର । ହଁ ଆଜ୍ଞା । ଆଉ ସେ ନିଜେ ଜଣେ ରିସେପ୍ସନଷ୍ଟିର ଚାକିରୀ କରୁଛନ୍ତି । ଆଉ ନିଜ ଗୋଜଗାରକୁ ଗରିବ ପିଲାଙ୍କ ଖାଦ୍ୟ ଦେବାପାଇଁ ଖର୍ଚ୍ଚ କରିଥାଆନ୍ତି ।

କ୍ୟାନ୍ସର ପିଡୀତାଙ୍କ ବଦାନ୍ୟତା, 200 ଅସହାୟଙ୍କ ସାଜିଛନ୍ତି ମା'

ଆଞ୍ଚଲ ପିଲାଙ୍କ ସହିତ ଅସହାୟଙ୍କ ପାଇଁ ମଧ୍ୟ ଖାଦ୍ୟ ବଣ୍ଟନ କରିଥାଆନ୍ତି । ଏହି ପ୍ରୟାସକୁ ଆଗକୁ ବଢାଇବା ପାଇଁ ସେ ଏକ ଏନଜିଓ ମଧ୍ୟ ଆରମ୍ଭ କରିଛନ୍ତି । ଯାହାର ନାଁ ସେ ରଖିଛନ୍ତି 'ମିଲ ଅଫ୍ ହାପିନେସ୍' । ଏହାସହ ତାଙ୍କର ସ୍ବପ୍ନ ରହିଛି ସେ ଆଗକୁ ଯାଇ 5 ହଜାର ପିଲାଙ୍କୁ ଖାଇବାକୁ ଦେବେ ।

ତେବେ ଆଞ୍ଚଲଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି । କିନ୍ତୁ ସେ କହନ୍ତି ଖୁସିର ମୂଲ୍ୟ ଦୁନିଆର କୌଣସି ଜିନିଷ ରିପ୍ଲେସ କରିପାରିବ ନାହିଁ ।

ABOUT THE AUTHOR

...view details