ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ମତଦାନ ପ୍ରକ୍ରିୟାରେ ଭାଗ ନେବାକୁ ମୋଦି-କେଜ୍ରିୱାଲଙ୍କ ଅପିଲ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାପାଇଁ ସମସ୍ତ ଯୁବପିଢିଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

delhi assembly election
ଦିଲ୍ଲୀ ନିର୍ବାଚନ

By

Published : Feb 8, 2020, 9:12 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ୧୩, ୭୫୧ଟି ବୁଥ୍‌ରେ ମତଦାନ ଜାରି ରହିଥିବାବେଳେ ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଏଥିରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ଦିଲ୍ଲୀ ନିର୍ବାଚନ

ତେବେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ସମସ୍ତ ଯୁବପିଢିଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, 'ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିନ । ଅଧିକରୁ ଅଧିକ ସଂଖ୍ୟକ ଲୋକ ଭୋଟ ଦେଇ ଗଣତନ୍ତ୍ରର ମହା ଉତ୍ସବରେ ଭାଗ ନେବାକୁ ମୋର ଅପିଲ ।'

ଦିଲ୍ଲୀ ନିର୍ବାଚନ

ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି, ସେ ଟ୍ବିଟ କରି କହିଛନ୍ତି, 'ସମସ୍ତ ଦିଲ୍ଲୀବାସୀ ମତଦାନ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ । ଖାସ କରି ମହିଳାମାନେ । ଯେପରି ଘରର ଦାୟିତ୍ବ ସମ୍ଭାଳୁଛନ୍ତି, ସେପରି ଦେଶ ଏବଂ ଦିଲ୍ଲୀର ଦାୟିତ୍ବ ମଧ୍ୟ ଆପଣମାନଙ୍କ କାନ୍ଧରେ ଅଛି । ତେଣୁ ସମସ୍ତ ମହିଳା ଭୋଟ ଦେବାକୁ ଅବଶ୍ୟ ଯାଆନ୍ତୁ । ନିଜ ଘରର ପୁରୁଷମାନଙ୍କୁ ମଧ୍ୟ ସାଥିରେ ନେଇ ଯାଆନ୍ତୁ ।'

ABOUT THE AUTHOR

...view details