ଓଡିଶା

odisha

ETV Bharat / bharat

ପ୍ରଚାର ହେବ ଜୋରଦାର: ଆପ୍‌ କାର୍ଯ୍ୟାଳୟରେ ଜମା ହେଲାଣି 12ହଜାର ଝାଡୁ

ଦିଲ୍ଲୀ ଦଖଲ ପାଇଁ ସମସ୍ତ ଦଳ ଦମ ଦେଖାଇବାରେ ଲାଗିଛନ୍ତି । ୨୦୨୦ ଫାଇଟ  ପାଇଁ ଝାଡୁ, ପଦ୍ମ ଓ ହାତ ମଧ୍ୟରେ କଡା ଟକ୍କର ହେବ । ଏବେ ପ୍ରଚାର ଅଭିଯାନକୁ ଜୋରଦାର କରିବା ଲକ୍ଷରେ ଆପ୍‌ କାର୍ଯ୍ୟାଳୟରେ ଦଳୀୟ ଚିହ୍ନ ‘ଝାଡୁ’କୁ ବିପୁଳ ମାତ୍ରାରେ ଏକତ୍ରୀତ କରାଯାଉଛି । ବର୍ତ୍ତମାନ ସୁଧା ଦଳୀୟ କାର୍ଯ୍ୟାଳୟକେ 12ହଜାର ଝାଡୁ ଗଦା ହୋଇସାରିଲାଣି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jan 22, 2020, 3:24 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଖଲ ପାଇଁ ସମସ୍ତ ଦଳ ଦମ ଦେଖାଇବାରେ ଲାଗିଛନ୍ତି । ୨୦୨୦ ଫାଇଟ ପାଇଁ ଝାଡୁ, ପଦ୍ମ ଓ ହାତ ମଧ୍ୟରେ କଡା ଟକ୍କର ହେବ । ହେଲେ ଏହି ଲଢେଇରେ ଝାଡୁ ଆଗରେ ରହିବା ନେଇ ଆକଳନ କରାଯାଉଛି। ଦିଲ୍ଲୀ ବିଜୟ ପାଇଁ ଆପ୍‌ ପକ୍ଷରୁ ସମସ୍ତ ପ୍ରଚାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କେବଳ ପ୍ରଚାରକୁ ଅପେକ୍ଷା। ଏବେ ପ୍ରଚାର ଅଭିଯାନକୁ ଜୋରଦାର କରିବା ଲକ୍ଷରେ ଆପ୍‌ କାର୍ଯ୍ୟାଳୟରେ ଦଳୀୟ ଚିହ୍ନ ‘ଝାଡୁ’କୁ ବିପୁଳ ମାତ୍ରାରେ ଏକତ୍ରୀତ କରାଯାଉଛି। ବର୍ତ୍ତମାନ ସୁଧା ଦଳୀୟ କାର୍ଯ୍ୟାଳୟରେ 12ହଜାର ଝାଡୁ ଗଦା ହୋଇସାରିଲାଣି।

ବୁଧବାର ଆପ୍‌ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଶାଳ ରୋଡ ଶୋ, ଜନସଭା, ପଥପ୍ରାନ୍ତ ନାଟକ, ପଦଯାତ୍ରା ଆୟୋଜନ କରିଛି। ଦଳର ସମସ୍ତ ପ୍ରାର୍ଥୀ, ନେତା ଦଳୀୟ ଚିହ୍ନ ଝାଡୁ ଧରି ପ୍ରଚାର କରୁଛନ୍ତି। ଏପରିସ୍ଥଳେ ବହୁମାତ୍ରାରେ ଝାଡୁର ଆବଶ୍ୟକତା ରହିଛି। ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟକୁ 4500 ଝାଡୁ ଆସିଛି। ଝାଡୁ ଅର୍ଡର ରଖିଥିବା ବ୍ୟକ୍ତି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆପ୍‌ କାର୍ଯ୍ୟାଳୟରେ ସେ 12ହଜାର ଝାଡୁ ପହଞ୍ଚାଇ ସାରିଲେଣି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ 21ରେ ସାମାପ୍ତ ହୋଇଛି । ଜାନୁୟାରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ସହ ଏହି ଦିନ 70 ସିଟ୍‌ ପାଇଁ ପ୍ରାର୍ଥୀଙ୍କ ଫାଇନାଲ ଲିଷ୍ଟ ଜାରି କରାଯିବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି। ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ 11ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ABOUT THE AUTHOR

...view details