ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ଟାର୍ଗେଟରେ ଅରବିନ୍ଦ କେଜ୍ରିୱାଲ । ବିଗତ କିଛି ଦିନ ଆପ୍ ଓ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶ ଓ ଉତ୍ତେଜନାମୂଳକ ବୟାନ ଦେଉଛନ୍ତି କପିଲ ମିଶ୍ରା । ଦିଲ୍ଲୀ ମତଦାନ ଯେତେ ପାଖେଇ ଆସୁଛି, କପିଲଙ୍କ ମୁହଁରୁ ସେତେ ଅଧିକ କଟାକ୍ଷ କରିଲା ଭଳି ବୟାନ ବାହାରୁଛି । ଏଥର କିନ୍ତୁ ତାଙ୍କ ଟାର୍ଗେଟରେ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ଅସାଦୁଦ୍ଦିନ ଓୱେସୀ ଓ ଅରବିନ୍ଦ୍ର କେଜ୍ରିୱାଲ ଉଭୟ ଅଛନ୍ତି ।
ମଙ୍ଗଳବାର ସକାଳେ ଏକ ଟ୍ବିଟ କରି ସେ ଓୱେସୀ ଓ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି କେଜ୍ରିୱାଲ ହନୁମାନ ଚାଳିଶା ପଢିବାକୁ ଲାଗିଲେଣି, ଏବେ ଓୱେସୀ ହନୁଚାଳିଶା ପଢିବେ । ଏହା ଆମ ଏକତାର ତାକତ, ଏମିତି ଏକ ହୋଇ ରହିବା, ଏକାଠି ହୋଇ ରହିବା । ଏହାସହ ଏକ ହୋଇ ଭୋଟ କରିବା କଥା ସେ ଟ୍ବିଟରେ ଲେଖିଛନ୍ତି ।