ନୂଆଦିଲ୍ଲୀ: କ୍ରିକେଟକୁ ନେଇ ଭାରତୀୟଙ୍କ ମନରେ ଉତ୍ସାହ ରହିଥାଏ । ଆଉ କ୍ରିକେଟ ମୈଦାନରେ ଯଦି ଭାରତ ବନାମ ପାକିସ୍ତାନର ଲଢେଇ ଥାଏ, ତେବେ ଏହା କ୍ରିକେଟ ପ୍ରେମୀଙ୍କ ଜୋଶକୁ ଦ୍ବିଗୁଣିତ କରିଦିଏ । ତେବେ ଆସନ୍ତା ମାସ 8 ତାରିଖରେ ଦିଲ୍ଲୀରେ ହେବାକୁ ଯାଉଛି ଭାରତ ବନାମ ପାକିସ୍ତାନ ମଧ୍ୟରେ ଲଢେଇ, କିନ୍ତୁ ଏହି ଲଢେଇ କୌଣସି କ୍ରିକେଟ ପଡିଆରେ ନୁହେଁ ବରଂ ରାଜନୀତିର ମୈଦାନରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ କପିଲ ମିଶ୍ର ।
ଫେବୃଆରୀ 8 ଦିଲ୍ଲୀରେ INDIA Vs PAKISTAN ! - 8 ଦିଲ୍ଲୀରେ INDIA Vs PAKISTAN
ଆସନ୍ତା ଫେବୃଆରୀ 8 ତାରିଖ ଦିଲ୍ଲୀରେ ଭାରତ ବନାମ ପାକିସ୍ତାନର ଲଢେଇ ହେବ ବୋଲି କହିଛନ୍ତି ମଡେଲ ଟାଉନର ବିଜେପି ପ୍ରାର୍ଥୀ କପିଲ ମିଶ୍ର । 8 ଫେବୃଆରୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇ ହେବ ମତଦାନ । ଅଧିକ ପଢନ୍ତୁ...
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀରେ 8ରେ ହେବାକୁ ଯାଉଛି ମତଦାନ । ଏଠାରେ ଲଢେଇ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ରହିଛି । ହେଲେ ମଡେଲ ଟାଉନରୁ ବିଜେପି ପ୍ରାର୍ଥୀ କହିଛନ୍ତି ଯେ 8 ଫେବୃଆରୀ ଦିଲ୍ଲୀର ରାସ୍ତାରେ ହିନ୍ଦୁସ୍ତାନ ବନାମ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ଅର୍ଥାତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକିସ୍ତାନର ପ୍ରବେଶ ହୋଇସାରିଛି ।
ଦିଲ୍ଲୀର ଅନେକ ସ୍ଥାନରେ 'ମିନି ପାକିସ୍ତାନ' ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ବୋଲି କପିଲ ମତ ଦେଇଛନ୍ତି । ଯେବେ ଯେବେ ପାକିସ୍ତାନକୁ ଛିଡା କରିବାକୁ ଚେଷ୍ଟା କରାଯାଇଛି, ସେତେବେଳେ ତା' ସାମ୍ନାରେ ହିନ୍ଦୁସ୍ତାନ ଛିଡା ହୋଇଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି କପିଲ । ଦିଲ୍ଲୀର ରାଜନୈତିକ ମୈଦାନରେ ହୁଏତ ପାକିସ୍ତାନ ନମ୍ବର ଆସିଯାଇଥାଇ ପାରେ, ହେଲେ ରାଜଧାନୀର କ୍ରିକେଟ ମୈଦାନରେ ଦୁଇ ଦେଶ ଶେଷ ଥର ପାଇଁ 7 ବର୍ଷ ପୂର୍ବରୁ ଆମ୍ନାସାମ୍ନି ହୋଇଥିଲେ । ରାଜନୈତିକ ଅଶାନ୍ତି ଯୋଗୁଁ ଦୁଇ ଦେଶର କ୍ରିକେଟ ଟିମ ମଧ୍ୟରେ ସେବେଠାରୁ ଆଜି ଯାଏ କୌଣସି ସିରିଜ ମ୍ୟାଚ୍ ଖେଳାଯାଇପାରି ନାହିଁ । ଦିଲ୍ଲୀରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ଦିନିକିଆ ମ୍ୟାଚ 6 ଜୁନ 2013ରେ ଖେଳାଯାଇଥିଲା । ଏଥିରେ ଭାରତ 10 ରନରେ ବିଜୟ ହାସଲ କରିଥିଲା ।