ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ମୋଟ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଶନିବାର ଭୋଟ ପଡିବ । ଫେବୃଆରୀ 11 ତାରିଖରେ ଦିଲ୍ଲୀ କାହାର ସେ ନେଇ ଫୈସଲା ଆସିବ । ଗୁରୁବାର ପ୍ରଚାର ଶେଷର ଠିକ୍ ପୂର୍ବରୁ ବିଜେପି ନିର୍ବାଚନ ରଣନୀତିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ବିଜେପି ସରକାର ଗଠନ କରିବା କଥା କହିଛନ୍ତି । ଟ୍ବିଟ କରି ସେ 11 ଫେବୃଆରୀରେ ଦିଲ୍ଲୀରେ 45ରୁ ଊର୍ଦ୍ଧ୍ବ ସିଟ୍ ଜିତି ବିଜେପି ସରକାର ଗଠନ କରିବାକୁ ଯାଉଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଦିଲ୍ଲୀରେ 70ରୁ 45 ପାର କରିବ ବିଜେପି: ଅମିତ ଶାହ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଗୁରୁବାର ପ୍ରଚାର ଶେଷର ଠିକ୍ ପୂର୍ବରୁ ବିଜେପି ନିର୍ବାଚନ ରଣନୀତିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ବିଜେପି ସରକାର ଗଠନ କରିବା କଥା କହିଛନ୍ତି । ଟ୍ବିଟ କରି ସେ 11 ଫେବୃଆରୀରେ ଦିଲ୍ଲୀରେ 45ରୁ ଊର୍ଦ୍ଧ୍ବ ସିଟ୍ ଜିତି ବିଜେପି ସରକାର ଗଠନ କରିବାକୁ ଯାଉଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...
ଅମିତ ଶାହ ନିଜ ଟ୍ବିଟରେ ଲେଖିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟରେ ଦିଲ୍ଲୀବାସୀଙ୍କ ସହ ସାକ୍ଷାତ ଓ ଆଲୋଚନା କରିବା ସୁଯୋଗ ମିଳିଥିଲା । ମିତ୍ୟା ପ୍ରତିଶ୍ରୁତି, ତୃଷ୍ଟୀକରଣ ରାଜନୀତି ଓ ଅରାଜକତାରେ ହନ୍ତସନ୍ତ ଦିଲ୍ଲୀକୁ ଏବେ କେବଳ ବିକାଶ ଆବଶ୍ୟକ । ଦିଲ୍ଲୀବାସୀଙ୍କ ସମର୍ଥନରେ ଏହା ସ୍ପଷ୍ଟ ଯେ, 11 ଫେବୃଆରୀରେ ଦିଲ୍ଲୀରେ 45ରୁ ଅଧିକ ସିଟ୍ରେ ଜିତି ବିଜେପି ସରକାର ଗଠନ କରିବାକୁ ଯାଉଛି ।
ଦିଲ୍ଲୀରେ ପିଏମ ମୋଦିଙ୍କ ରାଲି, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ବିଭିନ୍ନ ରାଲି, ଜନସଭା ପରେ ଦିଲ୍ଲୀରେ ନିର୍ବାଚନୀ ପାଣିପାଗ ବିଜେପି ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଥିବା କହିଛନ୍ତି ବିଜେପି ପ୍ରାର୍ଥୀ ଓ ନେତା ।