ନୂଆଦିଲ୍ଲୀ: ଦିଲ୍ଲୀର 70ଟି ବିଧାନସଭା ଆସନ ପାଇଁ ଫେବୃଆରୀ 8 ତାରିଖ ଶନିବାର ଭୋଟ ଗ୍ରହଣ ହେବ । ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ମୋଟ 132 ଜଣ ଶତାୟୁ ଭୋଟର ଭୋଟ ଦେବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଏହି ତାଲିକା 150 ରହିଥିଲା । ଯାଞ୍ଚ ପରେ ଅନେକ ଏହି ସଂଖ୍ୟା 132ରେ ପହଞ୍ଚିଛି । ମୃତକ ଓ ଦିଲ୍ଲୀ ଛାଡି ଦେଇଥିବା ଶତାୟୁଙ୍କୁ ବାଦ ଦେଲା ପରେ ଏହି ତାଲିକା ପ୍ରକାଶ କରିଛି ନିର୍ବାଚନ ଆୟୋଗ । 132 ଶତାୟୁଙ୍କ ମଧ୍ୟରୁ ୬୮ଜଣ ପୁରୁଷ ଏବଂ ୬୪ ଜଣ ମହିଳା ରହିଛନ୍ତି । ସେହିପରି ପଶ୍ଚିମ ଦିଲ୍ଲୀରେ ଶତାୟୁ ଭୋଟରଙ୍କ ସଂଖ୍ୟା ସର୍ବାଧିକ ୨୧ ଜଣ ବ୍ୟକ୍ତି ଥିବାବେଳେ ଦିଲ୍ଲୀରେ ସର୍ବନିମ୍ନ ୭ଜଣ ମତଦାତା ଅଛନ୍ତି ।