ନୂଆଦିଲ୍ଲୀ: 10 ଜୁନ୍ ଠାରୁ ମଦରେ ଲାଗିଥିବା 70% ‘ସ୍ପେଶାଲ କୋରୋନା ଫି’ ପ୍ରତ୍ୟାହାର କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 10 ଜୁନ୍ ଠାରୁ ସମସ୍ତ ଶ୍ରେଣୀର ମଦ ଗୁଡିକରେ ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ଲାଗୁ ହୋଇଥିବା 70% ସ୍ପେଶାଲ କୋରୋନା ଫି ପ୍ରତ୍ୟାହାର କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।
ମଦରେ 70% ‘ସ୍ପେଶାଲ କରୋନା ଫି’ ପ୍ରତ୍ୟାହାର କରିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି - alcohol
10 ଜୁନ୍ ଠାରୁ ମଦରେ ଲାଗିଥିବା 70% ‘ସ୍ପେଶାଲ କରୋନା ଫି’ ପ୍ରତ୍ୟାହାର କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ, ଗତ ମେ 4ରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭରୁ ଦିଲ୍ଲୀ ସରକାର 150 ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ପରଦିନ ସେ ମଦର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ 70 ପ୍ରତିଶତ ସ୍ପେଶାଲ କୋରୋନା ଫି ଲଗାଇଥିଲେ । ମଦ ଦୋକାନରେ ପ୍ରବଳ ଭିଡ ଓ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସ୍ପେଶାଲ କୋରୋନା ଫି ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରକାଶ ଥାଉକି, ଦିଲ୍ଲୀରେ ବର୍ତ୍ତମାନ ଦ୍ରୁତ ଗତିରେ କୋରୋନା ମାମଲା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 26 ହଜାର 334 କୋରୋନା ଆକ୍ରାନ୍ତ ଥିବାବେଳେ 708 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।