ନୂଆଦିଲ୍ଲୀ: ଦେଶରେ କୃଷି ବିଲ ପାରିତ ହେବା ପରେ ରାଜ୍ୟରେ କୃଷକମାନେ ଏହାର ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି । ତେବେ ଆଜି ପଞ୍ଜାବ ଓ ହରିୟାଣାର କୃଷକମାନେ କୃଷି ବିଲକୁ ବିରୋଧ କରି ଅମୃତସରର ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି ।
ସରକାରଙ୍କ କୃଷି ବିଲ ପାରିତ ହେବା ପରେ ଏହାକୁ ନେଇ କୃଷକ ସଂଘ ପକ୍ଷରୁ ଅସନ୍ତେଷ ପ୍ରକାଶ ପାଇଛି । ରାଜ୍ୟରେ ବିଭିନ୍ନ ଜାଗାରେ ଧାରଣାକୁ ଓହ୍ଲାଇଛନ୍ତି କୃଷକମାନେ । ଏହାକୁ ବିରୋଧ କରି ଆଜି ଶିରୋମଣି ଅକାଳି ଦଳ ପକ୍ଷରୁ ଅମୃତସର ଜାତୀୟ ରାଜପଥରେ ଧାରଣା ଦିଆହୋଇଛି । ପ୍ରକୃତରେ କେହି ବି କୃଷକଙ୍କ ହିତ ବିଷୟରେ ଭାବନ୍ତି ନାହିଁ । କେବଳ ଏହି ସବୁ ପ୍ରସଙ୍ଗକୁ ନେଇ ନେତାମାନେ କେବଳ ରାଜନୀତି କରନ୍ତି ବୋଲି କହିଛନ୍ତି ଶିରୋମଣି ଅକାଳି ଦଳର ମୁଖ୍ୟ । ସେ ଆହୁରି କହିଛନ୍ତି ମୋଦି ସରକାରଙ୍କ ଦ୍ୱାରା ପାରିତ ଏହି କୃଷି ବିଲ କୃଷକଙ୍କ ହିତରେ ନୁହେଁ କୃଷକଙ୍କ ବିରୋଧରେ ।