ଓଡିଶା

odisha

By

Published : Dec 8, 2020, 5:18 PM IST

ETV Bharat / bharat

ପୁଣି ବିଗିଡିଲା ଦିଲ୍ଲୀ ବାୟୁ ଗୁଣବତ୍ତା

ମଙ୍ଗଳବାର ପୁଣି ବିଗିଡିଲା ଦିଲ୍ଲୀର ବାୟୁ । ବାୟୁ ଗୁଣବତ୍ତା ଗୁରୁତର ହେବାରୁ ଚାରି ଆଡ ଧୂଆଁମୟ ହୋଇଛି । ଅଧିକ ପଢନ୍ତୁ...

Delhi air quality turning 'severe' again
ପୁଣି ବିଗିଡିଲା ଦିଲ୍ଲୀ ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ସୁଧୁରୁନି ଦିଲ୍ଲୀ ବାୟୁ ପ୍ରଦୂଷଣ । ଦିନକୁ ଦିନ ଗୁରୁତର ହେଉଛି ଦିଲ୍ଲୀର ବାୟୁ ଗୁଣବତ୍ତା । ମଙ୍ଗଳବାର ବାୟୁ ଗୁଣବତ୍ତା ଗମ୍ଭୀରରୁ ଅତି ଗମ୍ଭୀର ହୋଇଛି । ଯାହା ଦିଲ୍ଲୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସହରର ବାୟୁ ଗୁଣବତ୍ତା ସୂଚକାଙ୍କ କ୍ୟୁବିକ୍ ମିଟର ପ୍ରତି 392 ମାଇକ୍ରୋଗ୍ରାମ୍ ରହିଛି, ଯାହା ଅତ୍ୟନ୍ତ ଗୁରୁତର ବୋଲି କହିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) । ଦିଲ୍ଲୀର 36ଟି ପ୍ରଦୂଷଣ ମନିଟରିଂ ଷ୍ଟେସନ ମଧ୍ୟରୁ 18ଟି ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁତର ରହିଛି । ଜାହାଙ୍ଗିରପୁରରେ ବାୟୁ ଗୁଣବତ୍ତା 439 ରହିଛି । ଯାହା ସବୁଠାରୁ ବିଷାକ୍ତ ବାୟୁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବାୟୁ ଗୁଣବତ୍ତା ଉପରେ ପ୍ରଭାବ ପକାଉଥିବା ପ୍ରାଧାନ୍ୟ କାରକଗୁଡିକ ଜୈବିକ ସ୍ତରରେ ତୀବ୍ର ଶୀତଳ ଥଣ୍ଡା ସ୍ଥିତିକୁ ପରିବର୍ତ୍ତନ କରି ସୀମା କୁହୁଡ଼ି ସୃଷ୍ଟି କରୁଥିବା କହିଛି ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ସରକାରୀ ଏଜେନ୍ସି । ଦିଲ୍ଲୀର ବାୟୁ ପ୍ରଦୂଷିତ ହେବାରୁ ଚାରି ଆଡ ଧୂଆଁମୟ ହୋଇଛି ।

ଆସନ୍ତା ଦୁଇଦିନ ଯାଏଁ ବାୟୁ ଗୁଣବତ୍ତା ଏହିପରି ଗୁରୁତର ରହିବ ବୋଲି ପୂର୍ବାନୁମାନ କରିଛି ପ୍ରଦୂଷଣ ବୋର୍ଡ । ଦିଲ୍ଲୀର ପଡୋଶୀ ଅଞ୍ଚଳ ଫରିଦାବାଦ, ନୋଏଡା ଏବଂ ଗ୍ରେଟର ନୋଏଡାରେ ଅତ୍ୟଧିକ ଖରାପ ବାୟୁ ରହୁଛି । ଗାଜିଆବାଦ ଏବଂ ଗ୍ରେଟର ନୋଏଡାର ବାୟୁ ଗୁଣବତ୍ତା ସବୁଠାରୁ ଖରାପ ରହିଛି । ଯଥାକ୍ରମେ କ୍ୟୁବିକ ମିଟରରେ 439 ଏବଂ 414 ମାଇକ୍ରୋଗ୍ରାମର ବାୟୁ ଗୁଣବତ୍ତା ରହିଛି ।

@IANS

ABOUT THE AUTHOR

...view details