ଓଡିଶା

odisha

ETV Bharat / bharat

ଦିଲ୍ଲୀ ପ୍ରଦୂଷଣ: ସ୍ଥିତିରେ ସାମାନ୍ୟ ସୁଧାର

ରବିବାର ଦିଲ୍ଲୀର ପବନରେ ସାମାନ୍ୟ ସୁଧାର । AQI 218 ରହିଥିବା ସୂଚନା । ଅଧିକ ପଢନ୍ତୁ...

By

Published : Nov 17, 2019, 12:07 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି । ରବିବାର ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସି ଅତି ଗମ୍ଭୀର ସ୍ଥିତିରୁ ଗମ୍ଭୀର ସ୍ଥିତିକୁ ଆସିଛି । ଦିଲ୍ଲୀର AQI ବର୍ତ୍ତମାନ 221ରେ ରହିଛି ।

ଲୋଧି ରୋଡଠାରେ ପିଏମ 2.5, 218 ଥିବା ବେଳେ ପିଏମ10, 2017 ରହିଛି । ନୋଏଡାରେ ମଧ୍ୟ ସମାନ ପରିସ୍ଥିତି ରହିଛି । ଅନ୍ୟପକ୍ଷେ ଗୁରୁଗ୍ରାମରେ AQI 301 ଥିବା ଜଣାପଡିଛି । ଦିଲ୍ଲୀର ପ୍ରଦୂଷଣ ନେଇ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ବର୍ତ୍ତମାନ ଚିନ୍ତାରେ । ଶୀତଦିନେ ପ୍ରାୟ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ଉତ୍ତର ଭାରତ ।

ABOUT THE AUTHOR

...view details