ନୂଆଦିଲ୍ଲୀ: ମହାମାରୀ ସମୟରେ ଶାନ୍ତିରେ ନିଶ୍ବାସ ମାରୁଛନ୍ତି ଦିଲ୍ଲୀବାସୀ। ଲକଡାଉନରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ସନ୍ତୋଷଜନକ ସ୍ଥିତିରେ ପହଁଞ୍ଚିଛି ଦିଲ୍ଲୀରେ ବାୟୁର ଗୁଣବତ୍ତା। ହେଲେ ଲଗାତାର ଅନେକ ଦିନ ପରିଷ୍କାର ବାୟୁ ରେକର୍ଡ କରିବା ପରେ ରାଜଧାନୀରେ ବାୟୁ ଗୁଣବତ୍ତା ଶନିବାର 'ମଧ୍ୟମ' ବର୍ଗକୁ ଖସି ଆସିଛି ଏବଂ ସାମଗ୍ରିକ ଗୁଣବତ୍ତା ସୂଚକାଙ୍କ 101 ରେ ପହଁଞ୍ଚିଛି।
ଶନିବାର ସକାଳେ ଦିଲ୍ଲୀର ଅନେକ ଅଞ୍ଚଳ 'ମଧ୍ୟମ' ବର୍ଗରେ ବାୟୁ ଗୁଣବତ୍ତା ଦେଖିଥିଲେ। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ସକାଳ 9 ଟାରେ ଅପଡେଟ୍ ହୋଇଥିବା ମଥୁରା ରୋଡ୍, ଲୋଧି ରୋଡ୍, ଦ୍ୱାରକା, ବାୱାନା ଏବଂ ଡିଟିୟୁ 124, 120, 112, 130 ଏବଂ 145 ସହିତ 'ମଧ୍ୟମ' ବର୍ଗରେ ବାୟୁ ଗୁଣବତ୍ତା ରେକର୍ଡ କରିଛି ।