ଓଡିଶା

odisha

By

Published : Nov 1, 2020, 10:15 PM IST

ETV Bharat / bharat

ଦିଲ୍ଲୀର ପ୍ରଦୂଷଣରେ ନଡା ପୋଡିବା ଅଂଶ 40%କୁ ବୃଦ୍ଧି

କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ମନିଟରିଂ ଏଜେନ୍ସି ଅନୁଯାୟୀ, ଦିଲ୍ଲୀର ପ୍ରଦୂଷଣରେ ନଡା ପୋଡିବା ଅଂଶ 40%କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀର ପ୍ରଦୂଷଣରେ ନଡା ପୋଡିବା ଅଂଶ  40%କୁ ବୃଦ୍ଧି
ଦିଲ୍ଲୀର ପ୍ରଦୂଷଣରେ ନଡା ପୋଡିବା ଅଂଶ 40%କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ । କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ମନିଟରିଂ ଏଜେନ୍ସି ଅନୁଯାୟୀ, ଦିଲ୍ଲୀର ପ୍ରଦୂଷଣରେ ନଡା ପୋଡିବା ଅଂଶ 40% କୁ ବୃଦ୍ଧି ପାଇଛି ।

ସେହିପରି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ବାୟୁ ଗୁଣବତ୍ତା ମନିଟର ସଫର କହିଛି ଯେ, ଶନିବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର 3,216 ଚାଷ ଜମିରେ ନିଆଁ ଲଗାଯାଇଥିଲା ।

ତେବେ ରବିବାର ଅପରାହ୍ନ 2.5 ସମୟରେ ଦିଲ୍ଲୀର ପ୍ରଦୂଷଣରେ ନଡା ପୋଡିବା ଅଂଶ 40% ଥିଲା । ଯାହା ଚଳିତ ଋତୁରେ ସର୍ବାଧିକ ଅଟେ । ସେହିପରି ଶନିବାର ଏହା 32 ପ୍ରତିଶତ, ଶୁକ୍ରବାର 19 ପ୍ରତିଶତ ଏବଂ ଗୁରୁବାର 36 ପ୍ରତିଶତ ଥିଲା । ଯାହା ବର୍ତ୍ତମାନ ସମୟର ଦ୍ବିତୀୟ ସର୍ବାଧିକ ଅଟେ ।

ସଫର ତଥ୍ୟ ଅନୁଯାୟୀ, ଗତ ବର୍ଷ ନଭେମ୍ବର 1ରେ ଦିଲ୍ଲୀର ପ୍ରଦୂଷଣରେ ନଡ଼ା ପୋଡିବା ଅଂଶ 44% କୁ ବୃଦ୍ଧି ପାଇଥିଲା। ତେବେ ଆସନ୍ତା ଦୁଇ ଦିନ ପାଇଁ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ହେବାର ସମ୍ଭାବନା ଅଛି ବୋଲି ସଫର କହିଛି । ତେବେ ରବିବାର ଅପରାହ୍ନ 3ଟା ସମୟରେ ଦିଲ୍ଲୀର ଏକ୍ୟୁଆଇ 370 ରେକର୍ଡ କରାଯାଇଛି ।

ତେବେ ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁସାରେ 0-50 'ଭଲ' ବର୍ଗ, 51-100 'ସନ୍ତୋଷଜନକ' ବର୍ଗ, 101-200 'ମଧ୍ୟମ' ବର୍ଗ, 201-300 'ଖରାପ' ବର୍ଗ, 301-400 'ଅତ୍ୟନ୍ତ ଖରାପ' ବର୍ଗ ଏବଂ 401-500 'ଗମ୍ଭୀର' ବର୍ଗ ବିବେଚିତ କରାଯାଏ ।

ABOUT THE AUTHOR

...view details