ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ପ୍ରଦୂଷଣସ୍ତରକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ସମେତ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗତ ଏକ ସପ୍ତାହ ଧରି ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଖରାପ ଶ୍ରେଣୀରେ ରହିଛି ।
ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ତଥ୍ୟ ଅନୁଯାୟୀ. ଆଇଟିଓରେ ଏକ୍ୟୁଆଇ 294, ଆରକେ ପୁରମର ଏକ୍ୟୁଆଇ 256, ଆନନ୍ଦ ବିହାରର ଏକ୍ୟୁଆଇ 286 ରହିଛି । ଏହି ତିନୋଟି ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରେ ରହିଛି ।