ଓଡିଶା

odisha

ETV Bharat / bharat

ସୁଧୁରୁଛି ଦିଲ୍ଲୀ ପାଣିପାଗ, 9 ବର୍ଷ ମଧ୍ୟରେ ପ୍ରଥମଥର ଜୁନରେ ପାରଦ 40 ଡିଗ୍ରୀ ତଳେ - Delhi

ସୁଧୁରୁଛି ଦିଲ୍ଲୀ ପାଣିପାଗ । ଗତ ନଅ ବର୍ଷ ମଧ୍ୟରେ ଜୁନ୍ ମାସର ପ୍ରଥମ ଛଅ ଦିନ ଶୀତ ଅନୁଭୂତ ହୋଇଛି ଏବଂ ମାସର 15 ତାରିଖ ପର୍ଯ୍ୟନ୍ତ ଗରମ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସୁଧୁରୁଛି ଦିଲ୍ଲୀ ପାଣିପାଗ, 9 ବର୍ଷ ମଧ୍ୟରେ ପ୍ରଥମଥର ଜୁନ ପାରଦ 40 ଡିଗ୍ରୀ ତଳେ
ସୁଧୁରୁଛି ଦିଲ୍ଲୀ ପାଣିପାଗ, 9 ବର୍ଷ ମଧ୍ୟରେ ପ୍ରଥମଥର ଜୁନ ପାରଦ 40 ଡିଗ୍ରୀ ତଳେ

By

Published : Jun 7, 2020, 11:49 AM IST

ନୂଆଦିଲ୍ଲୀ: ସୁଧୁରୁଛି ଦିଲ୍ଲୀ ପାଣିପାଗ । ଗତ ନଅ ବର୍ଷ ମଧ୍ୟରେ ଜୁନ୍ ମାସର ପ୍ରଥମ ଛଅ ଦିନ ଶୀତ ଅନୁଭୂତ ହୋଇଛି ଏବଂ ମାସର 15 ତାରିଖ ପର୍ଯ୍ୟନ୍ତ ଗରମ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କୋରୋନା କାରଣରୁ ଦେଶରେ ବର୍ତ୍ତମାନ ଲକଡାଉନ ସ୍ଥିତି ଜାରି ରହିଛି। କିନ୍ତୁ ଏହାର ପ୍ରଭାବ ପାଣିପାଗ ଉପରେ ବେଶ ଗୁରୁତର ଭାବେ ପଡ଼ୁଥିବା ଦେଖିବାକୁ ମିଳିଛି। ଲକଡାଉନ ଘୋଷଣା ପରେ ଦିଲ୍ଲୀ-ଏନସିଆରର ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା ବେଶ କମିଯାଇଥିଲା । ଆକାଶ ସ୍ପଷ୍ଟ ଦେଖାଯାଉଛି ଏବଂ ବାୟୁ ପ୍ରଦୂଷଣ ତଳକୁ ଖସି ଆସିଛି।

ପ୍ରତ୍ୟେକ ବର୍ଷ ଜୁନ୍ ମାସରେ ପ୍ରବଳ ତାପମାତ୍ରା ଅନୁଭବ କରୁଥିବା ଦିଲ୍ଲୀରେ ଏବେ ଝଡ଼ ବର୍ଷା ହେଉଥିବାରୁ ଲୋକଙ୍କୁ ଆରାମ ମିଳିଛି। ଆରବ ସାଗରରେ ପ୍ରବଳ ଘୂର୍ଣ୍ଣିବଳୟ ଦିଲ୍ଲୀର ପାଗକୁ ବହୁ ପରିମାଣରେ ଥଣ୍ଡା କରିଦେଇଛି। ଜୁନ୍ ମାସର ପ୍ରଥମ ଛଅ ଦିନରେ ମଧ୍ୟ ତାପମାତ୍ରା 40 ଡିଗ୍ରୀ ସେଲସିୟସରେ ପହଞ୍ଚି ନାହିଁ | ଯେଉଁଠାରେ, ପାରଦ ବିଗତ ବର୍ଷଗୁଡିକରେ 40 ଡିଗ୍ରୀ ସେଲସିୟସ ଉପରକୁ ଅତିକ୍ରମ କରିଥାଏ ।

ଶନିବାର ସକାଳେ ଦିଲ୍ଲୀର ଅଧିକାଂଶ ଅଂଶ ମେଘୁଆ ଥିଲା। ଶନିବାର ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ଦିଲ୍ଲୀର ସଫଦରଜଙ୍ଗର ପାଣିପାଗ କେନ୍ଦ୍ରରେ 36.8 ଡିଗ୍ରୀ ଥିଲା ଯାହା ସ୍ୱାଭାବିକଠାରୁ ତିନି ଡିଗ୍ରୀ ତଳେ ରହିଛି। ଯେଉଁଠାରେ ସର୍ବନିମ୍ନ 24 ଡିଗ୍ରୀ ସେଲସିୟସ୍ ଥିଲା ଯାହା ସ୍ବାଭାବିକ ଠାରୁ ଚାରି ଡିଗ୍ରୀ ତଳେ ଥିଲା । ରବିବାର ଦିନ ମଧ୍ୟ ସାମାନ୍ୟ ମେଘୁଆ ରହିବ ବୋଲି IMD ପୂର୍ବାନୁମାନ କରିଛି | ଜୁନ୍ 12 ରୁ 14 ମଧ୍ୟରେ କିଛି ସ୍ଥାନରେ ସାମାନ୍ୟ ଝଡ଼ ବର୍ଷା ହୋଇପାରେ ଏବଂ ସେହି ସମୟରେ ଜୁନ୍ 15 ପର୍ଯ୍ୟନ୍ତ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିବ |

ABOUT THE AUTHOR

...view details