ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନରେ ସର୍ବାଧିକ 428 ନୂଆ ମାମଲା

ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟାରେ 428 ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5532 ରେ ପହଞ୍ଚିଛି। ଗୋଟିଏ ଦିନରେ ରିପୋର୍ଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାର ଏହା ହେଉଛି ସବୁଠାରୁ ବଡ ସଂଖ୍ୟା । ତେବେ ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର ।

By

Published : May 7, 2020, 11:18 AM IST

corona
ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା କୋରୋନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟାରେ 428 ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5532 ରେ ପହଞ୍ଚିଛି। ଗୋଟିଏ ଦିନରେ ରିପୋର୍ଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାର ଏହା ହେଉଛି ସବୁଠାରୁ ବଡ ସଂଖ୍ୟା । ତେବେ ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀ ସରକାରଙ୍କ କହିବାନୁସାରେ, ଦିଲ୍ଲୀରେ ତିନି ଦିନ ପରେ ଜଣେ କୋରୋନା ଆକ୍ରାନ୍ତ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା 65 ରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ବହୁ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଏବଂ ସୁରକ୍ଷାକର୍ମୀ ଦେଶରେ କୋରୋନା ଆକ୍ରାନ୍ତ ହେଉଥିବା ବେଳେ ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାର କରିଛି ।

ସେହିପରି ପଶ୍ଚିମବଙ୍ଗ, ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ କୋରୋନା କାରଣରୁ ବହୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଭଲି ମାମଲା ସାମ୍ନାକୁ ଆସୁଛି । ଏଥିସହ ମହାରାଷ୍ଟ୍ରରେ ଗୋଟିଏ ଦିନରେ 1200 ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ତେବେ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ, ଲକଡାଉନକୁ ସାମାନ୍ୟ ଛାଡ କରିବା ଦ୍ବାରା ଦେଶରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛନ୍ତି ।

ABOUT THE AUTHOR

...view details