ଓଡିଶା

odisha

ETV Bharat / bharat

ଗହମ ମିଲରେ ଶ୍ବାସରୁଦ୍ଧ ହୋଇ 2 ଶ୍ରମିକ ମୃତ

ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ଗହମ ମିଲରେ ଦୁଇ ଶ୍ରମିକ ପ୍ରାଣ ହରାଇଛନ୍ତି । ଘଟଣାଟି ନୂଆଦିଲ୍ଲୀର ଲରେନ୍ସ ରୋଡରେ ଘଟିଛି ।

By

Published : May 22, 2019, 9:58 AM IST

Updated : May 22, 2019, 10:53 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଗହମ ମିଲରେ 2 ଶ୍ରମିକଙ୍କ ମୃତ୍ୟୁ । ଏହି ଘଟଣାଟି ନୂଆଦିଲ୍ଲୀର ଲରେନ୍ସ ରୋଡରେ ଘଟିଛି । ତେବେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ମିଲରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମୃତ ଶ୍ରମିକ ମାନେ ମିଲ ସଫା କରିବା ଉଦ୍ଦେଶ୍ୟରେ ଟ୍ୟାଙ୍କ ଭିତରକୁ ଯାଇଥିଲେ । କିନ୍ତୁ ବହୁ ସମୟ ଧରି ଟ୍ୟାଙ୍କଟି ବନ୍ଦ ହୋଇ ରହିଥିଲା । ଯାହାଫଳରେ ଟ୍ୟାଙ୍କ ଭିତରେ ନିଶ୍ବାସ ନେବାରେ ଅସୁବିଧା ଯୋଗୁଁ ବିଷାକ୍ତ ଗ୍ୟାସ ପ୍ରଭାବରେ ସେମାନେ ପ୍ରାଣ ହରାଇଥିବା ଅଗ୍ନିଶମ ଅଧିକାରୀ ଅଶୋକ କୁମାର ଜୟସଲ କହିଛନ୍ତି ।

ଗୁରୁତର ଶ୍ରମିକ ମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

Last Updated : May 22, 2019, 10:53 AM IST

ABOUT THE AUTHOR

...view details