ଓଡିଶା

odisha

ETV Bharat / bharat

ବର୍ଡରରୁ 'ବଏକଟ୍' ନିବେଦନ, ଭାବବିହ୍ବଳ ଭିଡିଓ ପଠେଇଲେ CRPF ଯବାନ - Delete Chinese apps

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସିଆରପିଏଫ୍ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି ଚାଇନାର ଆପ୍ ଡିଲିଟ୍ କରିବା ଏବଂ ଚାଇନାର ଉତ୍ପାଦକୁ ବଏକଟ କରିବା ପାଇଁ ଦେଶର ଲୋକଙ୍କୁ ଅନୁରୋଧ କରୁଛନ୍ତି।

ବର୍ଡରରୁ ବୟକଟ୍ ନିବେଦନ, ଭାବବିହ୍ବଳ ଭିଡିଓ ପଠେଇଲେ CRPF ଯବାନ
ବର୍ଡରରୁ ବୟକଟ୍ ନିବେଦନ, ଭାବବିହ୍ବଳ ଭିଡିଓ ପଠେଇଲେ CRPF ଯବାନ

By

Published : Jun 27, 2020, 10:51 AM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଙ୍ଘର୍ଷ ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ଏହା ଭିତରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଅନେକ ଚୀନ ବିରୋଧୀ ଭିଡିଓ । ତେବେ ଶହୀଦ ଯବାନଙ୍କ ପ୍ରତିଶୋଧ ପାଇଁ ଚାଇନା ଦ୍ରବ୍ୟକୁ ବୟକଟ କରିବା ପାଇଁ ଏବେ ଟ୍ରେଣ୍ଡ ଜୋର ଧରିଛି।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସିଆରପିଏଫ୍ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି ଚାଇନାର ଆପ୍ ଡିଲିଟ୍ କରିବା ଏବଂ ଚାଇନାର ଉତ୍ପାଦକୁ ବଏକଟ କରିବା ପାଇଁ ଦେଶର ଲୋକଙ୍କୁ ଅନୁରୋଧ କରୁଛନ୍ତି।

ବର୍ଡରରୁ ବୟକଟ୍ ନିବେଦନ, ଭାବବିହ୍ବଳ ଭିଡିଓ ପଠେଇଲେ CRPF ଯବାନ

''ଚାଇନିଜ୍ ଆପ୍ ଡିଲିଟ୍ କରନ୍ତୁ, ସେମାନଙ୍କୁ ବଏକଟ କରନ୍ତୁ। ସେମାନଙ୍କ ଉତ୍ପାଦକୁ କିଣନ୍ତୁ ନାହିଁ। ଦେଶପ୍ରେମୀ ହୁଅ । ଆମେ ଏପରି ବିପଦପୂର୍ଣ୍ଣ ସ୍ଥାନରେ ନିୟୋଜିତ ରହିଛୁ। ହେଲେ ଆପଣ କେବଳ ଘରେ ବସି ଏହିସବୁ କାର୍ଯ୍ୟ କରିପାରିବେ। ଯାହା ଆମକୁ ଶକ୍ତି ଦେବ ଓ ସାହାଯ୍ୟ କରିବ ବୋଲି ଏହି ଭାବବିହ୍ବଳପୂର୍ଣ୍ଣ ଭିଡିଓରେ ଯବାନ ଜଣକ କହିଛନ୍ତି।''

ଭାଇରାଲ୍ ଭିଡିଓରେ, ‘ଯବାନ’ ପାହାଡ଼ିଆ ରାସ୍ତାର ଖରାପ ବାଟ ଦେଇ ଯାଉଥିବା ଦେଖାଯାଉଛି। ସେ ଏହି ପଥ ଦେଇ ଚୀନ ସୀମାରେ ପହଁଞ୍ଚିଥିବା କହୁଛନ୍ତି।

ହେଲେ ଭାଇରାଲ ହେଉଥିବା ଏହି ଭିଡିଓର ସତ୍ୟତା ଏବେ ସୁଦ୍ଧା ପ୍ରାମାଣିତ ହୋଇନାହିଁ। ନିକଟରେ ସୋସିଆଲ ମିଡିଆରେ ଦୁଇ ଦେଶର ସୌନିକଙ୍କ ସହ ଜଡିତ ଥିବା ଭିଡିଓ ସାମ୍ନାକୁ ଆସିଥିଲା।

ଭିଡିଓରେ, ଭାରତୀୟ ଏବଂ ଚୀନ୍ ସୌନ୍ୟମାନେ ତୀବ୍ର ଯୁକ୍ତିତର୍କ ପରେ ଟେକା ଫିଙ୍ଗିବା ସହ ହିଂସାତ୍ମକ କାର୍ଯ୍ୟରେ ଜଡିତ ଥିବା ଦେଖିବାକୁ ମିଳିଥିଲା। ଭାରତୀୟ ସେନାର କର୍ମକର୍ତ୍ତାମାନେ ଏହି ଭିଡିଓରେ “ଫେରିଯାଅ” ଏବଂ “ଯୁଦ୍ଧ କର ନାହିଁ”ବୋଲି କହୁଥିବା ଶୁଣିବାକୁ ମିଳିଥିଲା।

ABOUT THE AUTHOR

...view details