ଚଣ୍ଡିଗଡ: ଅକ୍ଟୋବର 21ରେ ହରିୟାଣା ବିଧାନସଭା ନିର୍ବାଚନ । ଏନେଇ ଭୋଟ ହାତେଇବା ପାଇଁ କଂଗ୍ରେସ ଏବଂ ବିଜେପି ସମେତ ବିଭିନ୍ନ ଦଳ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । ତେବେ ରବିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହରିୟାଣାରେ 3ଟି ରାଲିକୁ ସମ୍ବୋଧିତ କରି ଲୋକମାନଙ୍କୁ ବିଜେପି ପାର୍ଥୀଙ୍କୁ ଭୋଟ୍ ପାଇଁ ଅପିଲ୍ କରିବେ ।
ହରିୟାଣାରେ 3ଟି ସଭାକୁ ସମ୍ବୋଧନ କରିବେ ରାଜନାଥ ସିଂ - rajnath singh haryana campaign
ଅକ୍ଟୋବର 21ରେ ହରିୟାଣା ବିଧାନସଭା ନିର୍ବାଚନ । ରବିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହରିୟାଣାରେ 3ଟି ରାଲିକୁ ସମ୍ବୋଧିତ କରି ବିଜେପି ପାର୍ଥୀଙ୍କୁ ପାଇଁ ଭୋଟ୍ ଅପିଲ କରିବେ ।
![ହରିୟାଣାରେ 3ଟି ସଭାକୁ ସମ୍ବୋଧନ କରିବେ ରାଜନାଥ ସିଂ](https://etvbharatimages.akamaized.net/etvbharat/prod-images/768-512-4736020-thumbnail-3x2-screenshot-4064jpeg---copy.jpg)
ଫାଇଲ ଫଟୋ
ତେବେ ସେ ପ୍ରଥମେ କରନାଲ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ । ଏହାପରେ ସୋନିପତ ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧନ କରିବା ପରେ ରାଜନାଥ ସିଂ ଗୁରୁଗ୍ରାମ ଜିଲ୍ଲାର ପଟୌଦୀ ବିଧାନସଭାରେ ଜନସଭା କରିବେ ।