ନୂଆଦିଲ୍ଲୀ: ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେଜସର ଦୁଇଟି ସିଟ ଥିବା ଏୟାରକ୍ରଫ୍ଟରେ ବସିଲେ ରାଜନାଥ । ଏହା ଭାରତୀୟ ବାୟୁସେନାର 45ତମ ସ୍କ୍ବାଡ୍ରନର 'ଫ୍ଲାଇଂ ଡ୍ରେଗର୍ସ' ଅଂଶ । ଏହି ଏୟାରକ୍ରଫ୍ଟକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ଏରୋନଟିକଲ ଡେଭଲପମେଣ୍ଟ ଏଜେନ୍ସି ଡିଜାଇନ କରିଛି ।
ତେଜସରେ ଉଡିଲେ ରାଜନାଥ ସିଂହ - ତେଜସରେ ରାଜନାଥ ସିଂହ
ଗତ ସପ୍ତାହ ଗୋଆରେ ସଫଳ ଆରେଷ୍ଟଡ ଲାଣ୍ଡିଂ କରିଥିବା ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ହାଲୁକା ଯୁଦ୍ଧବିମାନ ତେଜସରେ ବସି ଉଡାଣ ଭରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଫଟୋ ଟୋଭିଡିଓ ସୌଜନ୍ୟ: ଏଏନଆଇ
2017ରେ ବାୟୁସେନା ଏଚଏଏଲକ 83ଟି ତେଜସ ଜେଟ ତିଆରି କରିବାର ଦାୟିତ୍ବ ଦେଇଥିଲା । ଏହାର ଆନୁମାନିକ ବଜେଟ 50 କୋଟି ଥିଲା । 21 ଫେବୃଆରୀ ବେଙ୍ଗାଲୁରୁରେ ହୋଇଥିବା ଏୟାର ଶୋରେ ଡିଆରଡିଓ ଏହାକୁ ଫାଇନାଲ କ୍ଲିୟରାନ୍ସ ଜାରି କରିଥିଲା ।
ନୌସେନାରେ ସାମିଲ ପାଇଁ ଗତ ସପ୍ତାହ ତେଜସର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ଅର୍ଗାନାଇଜେସନ ଏବଂ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଅଧିକାରୀ ଗୋଆର ତଟୀୟ ଟେଷ୍ଟ ଫାସିଲିଟିରେ ତେଜସର ଆରେଷ୍ଟେଡ ଲ୍ୟାଣ୍ଡିଂ କରାଇଥିଲେ ।
Last Updated : Sep 19, 2019, 9:53 AM IST