ଓଡିଶା

odisha

ETV Bharat / bharat

ଭାରତରେ ନିର୍ମିତ ହେବ ବୁଡାଜାହାଜ

‘ମେକ୍‌ଇନ ଇଣ୍ଡିଆ’ ଅଧୀନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଘରୋଇ କମ୍ପାନୀଙ୍କ ସହାୟତାରେ ନିର୍ମାଣ କରିବ ବୁଡାଜାହାଜ। ଏହି କମ୍ପାନୀଙ୍କର ଏକ ତାଲିକା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

By

Published : Jun 21, 2019, 2:25 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ‘ମେକ୍‌ଇନ ଇଣ୍ଡିଆ’ ଅଧୀନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି । ବୁଡାଜାହାଜ ନିର୍ମାଣ ପାଇଁ 45,000 କୋଟି ଟଙ୍କାର ଏକ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଛି । ଏହି ପ୍ରକଳ୍ପରେ 6ଟି ସବମେରିନ୍ ନିର୍ମାଣ କରାଯିବ । ଏଥିପାଇଁ ଘରୋଇ ସହଯୋଗୀ କମ୍ପାନୀଙ୍କ ଏକ ତାଲିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରସ୍ତୁତ କରିଛି ।

ଏହି ପ୍ରକଳ୍ପରେ ଭାରତୀୟ ଜଳସେନା ସହିତ ଘରୋଇ କମ୍ପାନୀ ସାମିଲ ହେଉଛନ୍ତି । ଏହି ପ୍ରକଳ୍ପ ଜୁନ 20ରୁ ଆରମ୍ଭ ହେବ। ଖୁବ ଶୀଘ୍ର ଏହାର ଉପକରଣ ନିର୍ମାଣକାରୀ କମ୍ପାନୀଙ୍କ ତାଲିକା ଘୋଷଣା କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପକୁ ଗତ ଜାନୁଆରୀ 23 ତାରିଖରେ ପ୍ରତିରକ୍ଷା ପରିଷଦ ମଞ୍ଜୁର କରିଥିଲା ।

ଘରୋଇ ସହଭାଗୀତା ଭିତ୍ତିରେ ପ୍ରଥମଥର ନାଭାଲ ୟୁଟିଲିଟି ହେଲିକ୍ୟାପ୍ଟରର ନିର୍ମାଣ କରାଯାଇଥିବା ବେଳେ ଦ୍ବିତୀୟ ଥର ଭାବେ ଏହି ପ୍ରକଳ୍ପ କରାଯିବ। ଏହା ଦ୍ବାରା ଭାରତୀୟ ଜଳସେନାର କ୍ଷମତା ବୃଦ୍ଧି ପାଇବା ସହିତ ଭାରତକୁ ସବମେରିନ ଉତ୍ପାଦନକାରୀ ଦେଶ ଭାବରେ ବିଶ୍ବରେ ପ୍ରତିଷ୍ଠିତ କରାଇବ।

ABOUT THE AUTHOR

...view details