ଓଡିଶା

odisha

ETV Bharat / bharat

ପାକ୍‌କୁ ରାଜନାଥ ସିଂହଙ୍କ ଚେତାବନୀ, ନଦୋହରାଉ 1971ର ଭୁଲ - 1771 ଭୁଲର ପୁନରାବୃତ୍ତି ନକରିବାକୁ ପାକ୍‌କୁ ଚେତାବନୀ

ପାକିସ୍ତାନକୁ କଡା ଚେତାବନୀ ଦେଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ । 1971 ଭୁଲର ପୁନରାବୃତ୍ତି ନକରିବା ପାଇଁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ସେ । ଅଧିକ ଖବର ପଢନ୍ତୁ...

ଫାଇଲ ଫଟୋ

By

Published : Sep 26, 2019, 4:15 AM IST

ନୂଆଦିଲ୍ଲୀ: ପୁଣିଥରେ ପାକିସ୍ତାନକୁ କଡା ଚେତାବନୀ ଦେଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ । 1971 ଭୁଲର ପୁନରାବୃତ୍ତି ନକରିବା ପାଇଁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ସେ । ଯଦି ପାକିସ୍ତାନ ଏହି ଭୁଲ ପୁଣିଥରେ ଦୋହରାଉଛି ତେବେ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର ଅବସ୍ଥା କଣ ହେବ ତାହା ପାକିସ୍ତାନ ଭଲ ଭାବେ ବୁଝି ନେଉ ବୋଲି କହିଛନ୍ତି ରାଜନାଥ ସିଂହ।

ବୁଧବାର ରାଜସ୍ଥାନ ଜୟପୁର ନିକଟସ୍ଥ ଧାନକ୍ୟାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତ୍ରୀ ସମାରୋହର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ ସିଂହ ଏଭଳି କହିଛନ୍ତି । ସେ କହିଛନ୍ତି, ବିଜେପି ନିର୍ବାଚନ ହାରିବା ପସନ୍ଦ କରିବ, କିନ୍ତୁ ଦେଶ ସହ ହେଉଥିବା ଧୋକାକୁ ସହ୍ୟ କରିବ ନାହିଁ । ୧୯୭୧ର ଭୁଲ ନ ଦୋହରାଇବା ପାଇଁ ମୁଁ ପାକିସ୍ତାନକୁ ବାରମ୍ବାର ପ୍ରସ୍ତାବ ଦେଇ ସାରିଛି । ୧୯୭୧ ଯୁଦ୍ଧରେ ପାକିସ୍ତାନ ଦୁଇ ଖଣ୍ଡ ହୋଇଥିଲା ଏବଂ ବାଂଲାଦେଶ ରୂପେ ଏକ ନୂତନ ଦେଶର ଜନ୍ମ ହୋଇଥିଲା।

ଏହା ସହିତ ଭାରତ ପିଓକେର ଅସ୍ଥିତ୍ବକୁ ସ୍ବୀକାର କରୁନଥିବା ରାଜନାଥ ସିଂହ କହିଛନ୍ତି । କାରଣ ପାକିସ୍ତାନ ଏହାକୁ ବଳପୂର୍ବକ କବ୍ଜା କରି ରଖିଛି । ତେଣୁ ଜମ୍ମୁ-କାଶ୍ମୀରର ବିଧାନସଭାରେ ପିଓକେ ପାଇଁ 24 ଟି ଆସନ ଖାଲି ରଖାଯାଇଛି ବୋଲି ସେ କହିଛନ୍ତି।

ABOUT THE AUTHOR

...view details