ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆମେରିକା ପ୍ରତିପକ୍ଷଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିବେ । ଏହି ବାର୍ତ୍ତାଳାପରେ ଭାରତ-ଚୀନ ବିବାଦକୁ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଭାରତ-ଚୀନ ସୀମାରେ ଦେଖାଦେଇଥିବା ବିବାଦ ଉପରେ ଦୁହେଁ ଆଲୋଚନା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତାଙ୍କର ଆମେରିକା ପ୍ରତିପକ୍ଷ ମାର୍କ ଏସପରଙ୍କ ସହିତ ଫୋନ ଯୋଗେ କଥା ହେବେ । ଏଥିରେ ଏଲଏସିରେ ଦେଖାଦେଇଥିବା ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସେପଟେ ସୀମା ବିବାଦକୁ ସମାଧାନ କରିବାକୁ ଆଜି ଦିନ 10.30ରେ ଭାରତ ଓ ଚୀନ ମଧ୍ୟରେ ତୃତୀୟ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ଦୁଇ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା ।