ଓଡିଶା

odisha

ଚୀନ ସହ ବିବାଦ ମଧ୍ୟରେ ଶୁକ୍ରବାର ଲେହ ଗସ୍ତ କରିବେ ରାଜନାଥ ସିଂହ

By

Published : Jul 1, 2020, 6:40 PM IST

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଶୁକ୍ରବାର ଲେହ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ପୂର୍ବ ଲଦାଖର ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ।

ଲେହ ଗସ୍ତ କରିବେ ରାଜନାଥ ସିଂହ
ଲେହ ଗସ୍ତ କରିବେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଶୁକ୍ରବାର ଲେହ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତାଙ୍କ ସହ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ଲେହ ଯିବେ ବୋଲି ଜଣାପଡିଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଆକ୍ରୋଶକୁ ଦୃଷ୍ଟିରେ ରଖି ଉଭୟ ପୂର୍ବ ଲଦାଖର ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ।

ରାଜନାଥ ସିଂହ ଏବଂ ନରୱଣେ ସୈନିକ ଏବଂ କମାଣ୍ଡରଙ୍କ ସହ ସାକ୍ଷାତ କରି ଭାରତୀୟ ସୈନିକଙ୍କ ପ୍ରସ୍ତୁତି ସମୀକ୍ଷା କରିବେ । ତେବେ ରାଜନାଥ ସିଂହ ଏହି ଗସ୍ତରେ ସୀମା କ୍ଷେତ୍ର ମଧ୍ୟ ଗସ୍ତ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ସରକାରୀ ସୂତ୍ର ଅନୁଯାୟୀ, ରାଜନାଥ ସିଂହ ଗଲୱାନ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟିବା ପାଇଁ ହସ୍ପିଟାଲ ମଧ୍ୟ ଯିବେ ।

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଜୁନ 15 ତାରିଖରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଘଟଣା ପରେ ଉଭୟ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାମୂଳକ ରହିଛି । ଏହାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ସ୍ତରୀୟ ଆଲୋଚନା ଜାରି ରହିଛି । ଇତି ମଧ୍ୟରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏଲଏସିରେ ଅତିରିକ୍ତ 20,000 ସେନା ନିୟୋଜିତ କରିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ABOUT THE AUTHOR

...view details