ଓଡିଶା

odisha

ETV Bharat / bharat

ପାକ୍ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଅଂଶ: ପ୍ରତିରକ୍ଷା ମନ୍ତ୍ରୀ - ଲଦାଖ

ଲଦାଖ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ କରିବା ସହ କାଶ୍ମୀର କେବେ ପାକିସ୍ତାନର ଥିଲା ବୋଲି ପ୍ରଶ୍ନ କରିଛନ୍ତି । ପାକ୍ ଅଧିକୃତ କାଶ୍ମୀର(ପିଓକେ) ମଧ୍ୟ ଭାରତର ଅଂଶ ବୋଲି କହିଛନ୍ତି ରାଜନାଥ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 29, 2019, 1:40 PM IST

ଲଦାଖ: ଜାମ୍ମୁ-କାଶ୍ମୀରର 370 ଧାରା ଉଚ୍ଛେଦ ହେବା ପରେ ପ୍ରଥମ ଥର ଲାଗି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠାରେ ପହଞ୍ଚିବା ପରେ ସେ କିଷାନ-ଯବାନ ବିଜ୍ଞାନମେଳାର ଉଦଘାଟନ କରିଛନ୍ତି । ଏହା ସହ ଲଦାଖ ମାଟିରୁ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ।

ପାକିସ୍ତାନକୁ ଟାର୍ଗେଟ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ମୁଁ ସେମାନଙ୍କୁ (ପାକିସ୍ତାନ) ପଚାରିବାକୁ ଚାହୁଁଛି କି କାଶ୍ମୀର କେବେ ତାଙ୍କର ଥିଲା? କ‘ଣ ପାଇଁ ଏହାକୁ ନେଇ ସେମାନେ କାନ୍ଦୁଛନ୍ତି? ପାକିସ୍ତାନର ଅସ୍ଥିତ୍ବକୁ ଭାରତ ସମ୍ମାନ କରୁଛି, ମାତ୍ର କାଶ୍ମୀର ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି । ଏହାସହ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ, ପିଓକେ ମଧ୍ୟ ଭାରତର ଅଂଶ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ABOUT THE AUTHOR

...view details