ଓଡିଶା

odisha

ETV Bharat / bharat

ମାନହାନୀ ମାମଲା: ଅଦାଲତରେ ହାଜର ହେଲେ ରାହୁଲ ଗାନ୍ଧୀ - ସୁରଟ ଅଦାଲତରେ ହାଜର ହେବେ ରାହୁଲ ଗାନ୍ଧୀ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ଆୟୋଜିତ ହୋଇଥିବା ଦଳୀୟ ରାଲିକୁ ସମ୍ବୋଧିତ କରିବାକୁ ଯାଇ ସେତେବେଳର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପିଏମ ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର ହେ’ କହି ଫସି ଯାଇଛନ୍ତି । ତାଙ୍କ ବିରୋଧରେ ସୁରଟ କୋର୍ଟରେ ଦାଏର ହୋଇଥିବା ମାନହାନୀ ମାମଲାରେ ସେ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି ।

ସୁରଟ ଅଦାଲତରେ ହାଜର ହେବେ ରାହୁଲ ଗାନ୍ଧୀ

By

Published : Oct 10, 2019, 12:53 PM IST

ଗାନ୍ଧୀନଗର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁଜୁରାଟ ସୁରଟ ଅଦାଲତରେ ଦାଏର ହୋଇଥିବା ମାନହାନୀ ମାମଲାରେ, ସେ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ଆୟୋଜିତ ହୋଇଥିବା ଦଳୀୟ ରାଲିକୁ ସମ୍ବୋଧିତ କରିବାକୁ ଯାଇ ରାହୁଲ ଗାନ୍ଧୀ ପିଏମ ମୋଦିଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଥିଲେ । ଏନେଇ ସେ କହିଥିଲେ ଯେ ସମସ୍ତ ଚୋରଙ୍କ ଉପନାମ ମୋଦି କାହିଁକି ହୁଏ? ଏଭଳି ବୟାନ ଦେବା ପରେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା ।

ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବାକୁ ନେଇ ଗୁଜୁରାଟ ପ୍ରଦେଶ କଂଗ୍ରେସ ସଭାପତି ଅମିତ ଚାବଡା କହିଛନ୍ତି, ‘ରାହୁଲ ଗାନ୍ଧୀ ଆଜି କୋର୍ଟରେ ଉପସ୍ଥିତ ହୋଇଛନ୍ତି । ଏ ମାମଲାରେ ମାଜିଷ୍ଟ୍ରେଟ ବିଏଚ କପାଡିଆ ଗତ ମେ ରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ସମନ ଜାରି କରିଥିଲେ । ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 10ରେ ହେବାର ଅଛି । ସେତେବେଳେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ହାଜର ହେବା ଦରକାର ନାହିଁ ବୋଲି କୋର୍ଟ ଜଣାଇଛନ୍ତି ।

ABOUT THE AUTHOR

...view details