ଓଡିଶା

odisha

ETV Bharat / bharat

ଋଷଠାରୁ ଖୁବ ଶୀଘ୍ର ଯୁଦ୍ଧ ଉପକରଣ ଆଣିବାକୁ ଅନୁରୋଧ କରିବେ ରାଜନାଥ ସିଂହ

ପ୍ରତିରକ୍ଷାଲ ମନ୍ତ୍ରୀ ପ୍ରତିରକ୍ଷା ଉପକରଣ ଆକାଶ ମାର୍ଗରୁ ପଠାଇବା ପାଇଁ ଋଷକୁ ଅନୁରୋଧ କରିବେ । ଲଦାଖରେ ଚୀନ-ଭାରତ ମଧ୍ୟରେ ଜାରି ବିବାଦକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

By

Published : Jun 22, 2020, 4:59 PM IST

ରାଜନାଥ ସିଂହ
ରାଜନାଥ ସିଂହ

ନୂଆଦିଲ୍ଲୀ: 3 ଦିବସୀୟ ବିଦେଶ ଯାତ୍ରା ପାଇଁ ସୋମବାର ଋଷ ଅଭିମୁଖେ ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଯାତ୍ରାରେ ସେ ଋଷର ଉଚ୍ଚ ସୈନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ତେବେ ଲଦାଖର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ଋଷ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ଜଣାପଡିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଋଷ ସହ ଭାରତର ପୁରଣା ସମ୍ପର୍କ ଏବଂ ଅନେକ ଚୁକ୍ତି ରହିଛି । ଏହି ଆଧାରରେ ପ୍ରତିରକ୍ଷାମନ୍ତ୍ରୀ ପ୍ରତିରକ୍ଷା ଉପକରଣ ଆକାଶ ମାର୍ଗରୁ ପଠାଇବା ପାଇଁ ଅନୁରୋଧ କରିବେ । ଏହା ଦ୍ବାରା ପ୍ରତିରକ୍ଷା ଉପକରଣ ଖୁବଶୀଘ୍ର ଭାରତରେ ପହଞ୍ଚିବ । ଲଦାଖରେ ଚୀନ-ଭାରତ ମଧ୍ୟରେ ଜାରି ବିବାଦକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ତେବେ ଏହି ଉପକରଣ ଜଳପଥ ଦେଇ ପୂର୍ବରୁ ଭାରତ ପହଞ୍ଚି ଯିବାର ଥିଲା । ହେଲେ କୋରୋନା ଭାଇରସ ଯୋଗୁଁ ଏଥିରେ ବିଳମ୍ବ ହୋଇଥିବା ଜଣାପଡିଛି ।

ଏହି ଯାତ୍ରାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଉପକରଣ ଯଥା, ବାୟୁସେନାର ସୁଖୋଇ-ଏସୟୁ 30 ଏମକେଆଇ ଏବଂ ମିଗ-29, ନୌସେନାର ମିଗ-29 କେ ଏବଂ କିଲୋ-ଲାର୍ସ ବୁଡାଜାହାଜର ଉପକରଣ, ସ୍ଥଳସେନାର ଟି-90 ଆଣ୍ଟି ଟ୍ୟାଙ୍କ ଓ ଖୁବଶୀଘ୍ର ଭାରତ ପହଞ୍ଚାଇବା ପାଇଁ ଋଷ ଅଧିକାରୀଙ୍କୁ ଅନୁରୋଧ କରିବେ ବୋଲି ଜଣାପଡିଛି ।

ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ଋଷ ଅଧିକାରୀଙ୍କ ସହ ଉଭୟ ଦେଶ ମଧ୍ୟରେ ସୈନ୍ୟ ସହଯୋଗ ବୃଦ୍ଧିକୁ ନେଇ ବୈଠକ କରିବେ । ସେ ଏସ-400କୁ ମଧ୍ୟ ଖୁବଶୀଘ୍ର ଭାରତ ପହଞ୍ଚାଇବାକୁ ଅନୁରୋଧ କରିବେ ।

ସୂଚନାଯୋଗ୍ୟ ଯେ, ଋଷର ରାଜଧାନୀ ମସ୍କୋରେ ରେଡ ସ୍କାୟାରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରେଡରେ ଯୋଗଦେବା ଲାଗି ରାଜନାଥ ସିଂହ ଋଷ ଗସ୍ତ କରିଛନ୍ତି । ତେବେ ରାଜନାଥ ଏହି ସମୟରେ ଋଷ ଗସ୍ତ କରିଛନ୍ତି, ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।

ABOUT THE AUTHOR

...view details