ନ୍ୟୁୟର୍କ: ଆମେରିକାରେ ଆବସ୍ଥାପିତ ଭାରତୀୟ ଅଧିକାରୀ ଡ଼େପୁଟି ସନ୍ଦୀପ ସିଂହ ଧାଲିୱାଲଙ୍କ ମୃତ୍ୟୁ । ଏହି ଘଟଣା ଜାଣିବା ପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୋକବାର୍ତ୍ତା ଜଣାଇଛନ୍ତି ।
ହୋଷ୍ଟନରେ ଭାରତୀୟ ଅଧିକାରୀଙ୍କ ମୃତ୍ୟୁ, ଶୋକବାର୍ତ୍ତା ଜଣାଇଲେ ଜୟଶଙ୍କର - ବୈଦେଶିକ ମନ୍ତ୍ରୀ
ସେମ୍ଟେମ୍ବର 22ରେ ଆମେ ହୋଷ୍ଟନ ଗସ୍ତରେ ଯାଇଥିଲୁ । ତେବେ ଆମେରିକାରେ ଆବସ୍ଥାପିତ ଭାରତୀୟ ଅଧିକାରୀ ଡ଼େପୁଟି ସନ୍ଦୀପ ସିଂହ ଧାଲିୱାଲଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।

ଫାଇଲ ଫଟୋ
ଜାତିସଂଘ ସାଧାରଣ ଅଧିବେଶନରେ ଥିବା ବୈଦେଶିକ ମନ୍ତ୍ରୀ ସନ୍ଦୀପଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି । ଚଳିତ ମାସ 22 ତାରିଖରେ ଆମେ ହୋଷ୍ଟନ ସହରରେ ଥିଲୁ । କିନ୍ତୁ ଆଜି ଏହି ଖବର ମୋତେ ବ୍ୟଥିତ କରିଥିବା ଜୟଶଙ୍କର କହିଛନ୍ତି ।
ହୋଷ୍ଟନରେ ଶିଖ ଭାରତୀୟ- ଆମେରିକା ଅଧିକାରୀ ଥିଲେ ସନ୍ଦୀପ ସିଂହ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି ।