ମୁମ୍ବାଇ: ଜେଏନୟୁ ହିଂସାକାଣ୍ଡ ବିରୋଧରେ ସାରା ଦେଶରୁ ଛୁଟୁଛି ସମର୍ଥନ । ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବର୍ଗର ଲୋକେ ସମର୍ଥନ ଦେଉଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବଲିଉଡ ସେଲିବ୍ରିଟି । ସୋମବାର ଅନେକ ନାମୀଦାମୀ କଳାକାର ଧାରଣାରେ ବସିଥିବାବେଳେ ମଙ୍ଗଳବାର ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଛନ୍ତି ଛପାକ ଆକ୍ଟ୍ରେସ ଦୀପିକା ପାଦୁକୋନ ।
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସାଥ ଦେଲେ ବଲିଉଡ ଦିଭା ଦୀପିକା ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ବିରୋଧରେ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହା ବିରୋଧରେ ଆନ୍ଦୋଳନ ଚାଲିଛି । ତେବେ ମଙ୍ଗଳବାର ଏମାନଙ୍କୁ ସାଥ ଦେଇଥିଲେ ବଲିଉଡ ଦିଭା ଦୀପିକା ପାଦୁକୋନ । ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସହ ଏକାଠି ବସିଥିଲେ ଦୀପିକା ।ଏହାସହ ସେ ଜେଏନୟୁ ଛାତ୍ର ସଂସଦ ପରିଷଦର ସଭାପତି ଆଇସା ଘୋଷଙ୍କୁ ମଧ୍ୟ ଭେଟିଥିଲେ । ଆନ୍ଦୋଳନକୁ ସମର୍ଥନ ଦେବା ସହ ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ କରିବାକୁ ଦୀପିକା ଦାବି କରିଥିଲେ । ତେବେ ଏହି ପ୍ରସଙ୍ଗରେ ଦୀପିକାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କିଛି ୟୁଜର୍ସ ତାଙ୍କୁ ସମର୍ଥନ ଦେଇଥିବାବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିଥିଲେ ।ତେବେ ଦୀପିକା ପ୍ରଥମ ଆକ୍ଟ୍ରେସ ନୁହନ୍ତି ଯିଏ ଜେଏନୟୁ ପ୍ରସଙ୍ଗରେ ଖୋଲାଖୋଲି ସମର୍ଥନ ବ୍ୟକ୍ତ କରିଛନ୍ତି । ସୋମବାର ଅନୁରାଗ କଶ୍ୟପ, ଜୋୟା ଅଖତର, ଅନୁଭବ ସିହ୍ନା, ତାପସୀ ପନ୍ନୁ, ଦିୟା ମିର୍ଜା, ସ୍ବରା ଭାସ୍କର, ଗୌହର ଖାନ, ଅମୈୟା ଦସ୍ତୁର, ରାହୁଲ ବୋଷ, ସୌରଭ ଶୁକ୍ଲା, କୁନାଲ କମରା, ଅଲ୍ଲୀ ଫୈଜଲ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।ଛାତ୍ରଛାତ୍ରୀଙ୍କ ସହ ନାରାବାଜି ଦେବା ସହ ସରକାରଙ୍କୁ ଏମାନେ ଟାର୍ଗେଟ କରିଥିଲେ । ଏହାସହ ପ୍ରତିବାଦ ଜଣାଇ ତ୍ରିରଙ୍ଗା ମଧ୍ୟ ଉଡାଇଥିଲେ । ସେଲିବ୍ରିଟିଙ୍କୁ ପାଖରେ ପାଇ ଖୁସି ହୋଇଥିଲେ ଆନ୍ଦୋଳନକାରୀ । ଅଧିକ ଉତ୍ସାହର ସହ ଦେଇଥିଲେ ନାରାବାଜି । ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ୟୁଜର୍ସ ଏହାକୁ ସମର୍ଥନ କରିଥିବାବେଳେ ଆଉ କେତେକ ସେଲିବ୍ରିଟିଙ୍କୁ ଆତଙ୍କବାଦୀ ବୋଲି କହିଥିଲେ ।