ଓଡିଶା

odisha

ETV Bharat / bharat

ଶୁଣିଲେ ମନ କଥା, ଲିଙ୍ଗ ପରିବର୍ତ୍ତନ କରି 'ଦୀପକ' ହେଲେ 'ଦୀପିକା' - ଦୀପକ ମାରୱାଡି

ଲିଙ୍ଗ ପରିବର୍ତ୍ତନ...ଏମିତି ଏକ ବିଷୟ ଯାହା ବିଷୟରେ ପୂର୍ବରୁ କେହି ବି ଖୋଲାଖୋଲି ଭାବେ ଆଲୋଚନା କରୁନଥିଲେ । ଏପରିକି ଲିଙ୍ଗ ପରିବର୍ତ୍ତନ କରୁଥିବା ମଣିଷକୁ ସମାଜ ଭଲ ଦୃଷ୍ଟିରେ ଦେଖୁନଥିଲା । ଏବେ କିନ୍ତୁ ସମୟ ବଦଳିଛି, ଆଉ ତା' ସାଙ୍ଗକୁ ବଦଳିଛି ସମାଜର ମାନସିକତା । ବଦଳୁଥିବା ମଣିଷ ସମାଜର ଏହି ସଚେତନାକୁ ନେଇ ଆଗକୁ ବଢିଛନ୍ତି ଯୋଧପୁରର ଦୀପକ ମାରୱାଡି ନାମକ ଜଣେ ଡ୍ୟାନସର । ଆଉ ଲିଙ୍ଗ ପରିବର୍ତ୍ତନ କରି ସେ ଦୀପକରୁ ହୋଇଛନ୍ତି ଦୀପିକା । ଦେଖନ୍ତୁ ଦୀପିକାଙ୍କ ଏହି ରାସ୍ତାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା...

ଶୁଣିଲେ ମନ କଥା, ଲିଙ୍ଗ ପରିବର୍ତ୍ତନ କରି 'ଦୀପକ' ହେଲେ 'ଦୀପିକା'
ଶୁଣିଲେ ମନ କଥା, ଲିଙ୍ଗ ପରିବର୍ତ୍ତନ କରି 'ଦୀପକ' ହେଲେ 'ଦୀପିକା'

By

Published : Sep 15, 2020, 4:25 PM IST

ଯୋଧପୁର: ଲିଙ୍ଗ ପରିବର୍ତ୍ତନ...ଏମିତି ଏକ ବିଷୟ ଯାହା ବର୍ତ୍ତମାନ ସମୟରେ ଖୋଲାଖୋଲି ଭାବେ ଆଲୋଚନା କରାଯାଉଛି । କିନ୍ତୁ ଏମିତି ଏକ ସମୟ ଥିଲା, ଯେଉଁ ସମୟରେ କେହି ବି ଏହି ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରୁନଥିଲେ । ଏପରିକି ଲିଙ୍ଗ ପରିବର୍ତ୍ତନ କରୁଥିବା ମଣିଷକୁ ସମାଜ ଭଲ ଦୃଷ୍ଟିରେ ଦେଖୁନଥିଲା । ଏମିତି ଲୋକ ସର୍ବଦା ନିଜ ଲୋକଙ୍କ ଦ୍ବାରା ମାନସିକ ଏବଂ ଶାରୀରିକ ଯାତନା ପାଉଥିଲେ । ଏବେ କିନ୍ତୁ ସମୟ ବଦଳିଛି, ଆଉ ତା' ସାଙ୍ଗକୁ ବଦଳିଛି ସମାଜର ମାନସିକତା । ସଚେତନତା ପରେ ସମାଜ ଏସବୁକୁ ଗ୍ରହଣ କରିବା ଆରମ୍ଭ କରିଛି । ବୈଜ୍ଞାନିକ ଭାଷାରେ ଏହାକୁ 'ଜେଣ୍ଡର ଡିସଫୋରିଆ' କୁହାଯାଇଥାଏ । ଏମିତି ଏକ ମାମଲା ଗତ କିଛି ଦିନ ହେବ ଯୋଧପୁରରେ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ଦୀପକ ମାରୱାଡି ନାମକ ଜଣେ ଡ୍ୟାନସର ନିଜର ଲିଙ୍ଗ ପରିବର୍ତ୍ତନ କରି ଦୀପିକା ନାଁରେ ନୂଆ ପରିଚୟ ପାଇଛନ୍ତି ।

3 ମାସ ପୂର୍ବରୁ ଦୀପକ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଆଉ ଏନେଇ ବେଶ ଖୁସି ଅଛନ୍ତି ସେ । ତେବେ ଲିଙ୍ଗ ପରିବର୍ତ୍ତନ ପରେ ଦୀପିକା କହିଛନ୍ତି, ପିଲାବେଳୁ ସେ ଝିଅମାନଙ୍କ ଡ୍ରେସ ପିନ୍ଧି ଡ୍ୟାନ୍ସ କରୁଥିଲେ । ଏହାସହ ଝିଅମାନଙ୍କ ସହ ସମୟ ଅତିବାହିତ କରିବାକୁ ତାଙ୍କୁ ଭଲ ଲାଗୁଥିଲା । ପୁଅ ମାନଙ୍କ ଭିତରେ ସେ ନିଜକୁ ସୁରକ୍ଷିତ ମନେ କରୁନଥିଲେ ।

ଦୀପକ ଗତ 10 ବର୍ଷ ଧରି ଯୋଧପୁର ସମେତ ଆଖପାଖ ଅଞ୍ଚଳରେ ମାରୱାଡି ଗୀତରେ ପରଫରମାନ୍ସ ଦ୍ବାରା ଲୋକଙ୍କ ମନୋରଞ୍ଜନ କରିଆସୁଛନ୍ତି । କିନ୍ତୁ ଏବେ ସେ ଦୀପିକା ମାରୱାଡି ଭାବେ ଡ୍ୟାନ୍ସରେ ନିଜ ପରିଚୟ ସୃଷ୍ଟି କରି ବଲିଉଡକୁ ଯିବାକୁ ଚାହୁଁଛନ୍ତି ।

ଶୁଣିଲେ ମନ କଥା, ଲିଙ୍ଗ ପରିବର୍ତ୍ତନ କରି 'ଦୀପକ' ହେଲେ 'ଦୀପିକା'

ପିତାଙ୍କ ଦେହାନ୍ତ ପରେ ଦୀପିକାଙ୍କ ପରିବାରର ଆର୍ଥିକ ସ୍ଥିତି ବିଗିଡିଯାଇଥିଲା । ଘର ଚଳାଇବାକୁ ସେ ଛୋଟ-ବଡ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁଥିଲେ । ଆଉ ସେଥିରୁ ଉପାର୍ଜିତ ଅର୍ଥକୁ ଘର ଚଳାଉଥିଲେ । ପରେ ତାଙ୍କୁ ଏହି କାମ ହିଁ ପସନ୍ଦ ଆସିବାକୁ ଲାଗିଲା ଏବଂ ତାଙ୍କ ଫ୍ୟାସନ ପାଲଟିଗଲା ।

ଦୀପିକା ଖୋଦ ଏହି କଥାକୁ ସ୍ବୀକାର କରି କୁହନ୍ତି କି ତାଙ୍କ ନିଷ୍ପତ୍ତିରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲା । ପରିବାରଲୋକେ ତାଙ୍କୁ ତାଙ୍କ ମନ ମୁତାବକ ନିଷ୍ପତ୍ତି ନେବାର ଅଧିକାର ଦେଇଥିଲେ । ଏପରିକି ଯେତେବେଳେ ସେ ଲିଙ୍ଗ ପରିବର୍ତ୍ତନ କରିବାକୁ ଇଚ୍ଛା କରିଥିଲେ ପରିବାର ସେ ସମୟରେ ତାଙ୍କୁ ସହଯୋଗ କରିଥିଲେ ।

ତେବେ ଏ ଥିଲା ଦୀପିକାଙ୍କ କଥା । ଯିଏ ତାଙ୍କ ଶରୀର ଗଠନ ଭୁଲ ହୋଇଥିବା ନେଇ ଅନୁଭବ କରିଥିଲେ । ଆଉ ସାହାସ କରି, ନିଜ ମନ ମୁତାବକ ଶରୀର ପାଇଥିଲେ । କିନ୍ତୁ ଆଜି ବି ସମାଜରେ ଅନେକ ଦୀପକ ଏବଂ ଦୀପିକା ଅଛନ୍ତି ଯିଏ, ନିଜ ମନ ମୁତାବକ ଶରୀର ପାଇପାରୁନାହାଁନ୍ତି । ଆଉ ପାଇଥିବା ଶରୀରର ସହ ମରି ମରି ବଞ୍ଚୁଛନ୍ତି । ଯଦି ଲିଙ୍ଗ ପରିବର୍ତ୍ତନକୁ ନେଇ ଲୋକଙ୍କୁ ସଠିକ୍ ଭାବେ ସଚେତନ କରାଯାଇପାରନ୍ତା, ଲୋକମାନେ ଅପରେସନ କରି ନିଜ ଜୀବନକୁ ଖୁସିରେ ବିତାଇପାରନ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details