ଓଡିଶା

odisha

ETV Bharat / bharat

ଟ୍ରେନ ଏବଂ ରେଲବାଇରେ ଭିକ୍ଷାବୃତ୍ତି ଅପରାଧ ! - ଭାରତୀୟ ରେଳବାଇ

ଭାରତୀୟ ରେଳବାଇର ଏକ ବଡ଼ ପ୍ରୟାସ । ଏଥିପାଇଁ ଭାରତୀୟ ରେଳବାଇ 1989 ଅଧିନିୟମରେ ସଂଶୋଧନ ଆଣିବାକୁ ଯାଉଛି । ଆଉ ଏହି ସଂଶୋଧନ ପାଇଁ ଭାରତୀୟ ରେଳବାଇ ସମସ୍ତ ଲୋକଙ୍କ ମତାମତ ଓ ପ୍ରସ୍ତାବ ମାଗିଛି । ଅଧିକ ପଢନ୍ତୁ...

ଟ୍ରେନ୍ ଏବଂ ରେଲୱେରେ ଭିକ ମାଗିବା ଅପରାଧ !
ଟ୍ରେନ୍ ଏବଂ ରେଲୱେରେ ଭିକ ମାଗିବା ଅପରାଧ !

By

Published : Sep 6, 2020, 8:36 PM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଏକ ବଡ଼ ପ୍ରୟାସ । ଏଣିକି ଟ୍ରେନରେ ଭିକ୍ଷାବୃତ୍ତି କରିବା ଅର୍ଥାତ ଅପରାଧ ଭାବେ ବିବେଚନା କରାଯିବ । ଏଥିପାଇଁ ଭାରତୀୟ ରେଳବାଇ ଏକ ସଂଶୋଧନ ଆଣିବାକୁ ଯାଉଛି । ଆଉ ଏହି ସଂଶୋଧନ ପାଇଁ ଭାରତୀୟ ରେଳବାଇ ସମସ୍ତ ଲୋକଙ୍କ ମତାମତ ଓ ପ୍ରସ୍ତାବ ମାଗିଛି । ରେଳ ଅଧିନିୟମ, 1989 ଅନୁଯାୟୀ ଟ୍ରେନ୍ କିମ୍ବା ରେଲୱେ ପରିସରରେ ଭିକ୍ଷାବୃତ୍ତି କରିବା ଏକ ଦଣ୍ଡନୀୟ ଅପରାଧ । ଭାରତୀୟ ରେଳବାଇ ଏକ ନୂଆ ପଦକ୍ଷେପ ସ୍ବରୂପ ଏହି ଅଧିନିୟମ ଅନୂଯାୟୀ ଥିବା ଦଣ୍ଡବିଧାନକୁ କମ କରିବା ସହ ଏହାକୁ ଅପରାଧ ତାଲିକାରେ ଗଣିତ ନକରିବାକୁ ଏକ ପ୍ରସ୍ତାବ ପାରିତ କରିଛନ୍ତି । ଏଥିପାଇଁ ରେଳବାଇ ବୋର୍ଡ ସମସ୍ତଙ୍କ ପରାମର୍ଶ ଚାହିଁଛି । ଏହି ମନ୍ତବ୍ୟ / ପରାମର୍ଶ ସମସ୍ତେ singh.ravi@gov.in ରେ ମେଲ କରି ପାରିବେ କିମ୍ବା ରବିନ୍ଦ୍ର ସିଂହ ଉପ-ନିର୍ଦ୍ଦେଶକ / ଟିଜି-ଭି, ରୁମ ନମ୍ବର 445, ରେଳ ଭବନ, ନୂଆଦିଲ୍ଲୀକୁ ପଠାଇପାରିବ ।

ରେଳ ଅଧିନିୟମ, 1989 ର ଧାରା 144 (2) ଅନୁଯାୟୀ ଯଦି କୌଣସି ବ୍ୟକ୍ତି କୌଣସି ରେଳ ଗାଡିରେ କିମ୍ବା ରେଳ ଷ୍ଟେସନରେ ଭିକ ମାଗନ୍ତି ଉପ-ଧାରା (୧) ଅନୁଯାୟୀ ପ୍ରଦାନ କରାଯାଇଥିବା ଦଣ୍ଡ ପାଇଁ ସେ ଦାୟୀ ରହିବେ, ଯାହା ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା 2000 ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ । 2019 ରେ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ ହେବାର କିଛି ଦିନ ପୂର୍ବରୁ, ରାଜ୍ୟ ହାଇକୋର୍ଟର ଡିଭିଜନ୍ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ ପ୍ରିଭେନସନ୍ ଅଫ୍ ବେଗିଂ ଆକ୍ଟ 1960 ଏବଂ ଆଇନ ଅନୁଯାୟୀ ସମସ୍ତ ନିୟମକୁ ରଦ୍ଦ କରିଦେଇଥିଲେ। ଏହି ନିୟମ ଅନୁଯାୟୀ ଜାମ୍ମୁ କାଶ୍ମୀରରେ ଭିକ ମାଗିବା ଏକ ଅପରାଧ ଏବଂ ଅସାମ୍ବିଧାନିକ ଏଟେ ଏବଂ ଦଣ୍ଡବିଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ବେଞ୍ଚ 23 ମେ 2018 ରେ ଶ୍ରୀନଗର ଜିଲ୍ଲା ଜଜଙ୍କ ଆଦେଶକୁ ମଧ୍ୟ ଖଣ୍ଡନ କରିଛି ଯେଉଁଥିରେ କୋର୍ଟ ଶ୍ରୀନଗରରେ ଭିକ ମାଗିବାକୁ ବାରଣ କରିଥିଲେ।ଏହି ଗବେଷଣା ମୁଖ୍ୟତଃ ବମ୍ବେ ପ୍ରିଭେନସନ୍ ଅଫ୍ ବେଗିଂ ଆକ୍ଟ, 1959 ଉପରେ ହୋଇଛି କାରଣ ଏହି ନିୟମ ଭିକାରୀ ଉପରେ ଆଇନ ପାଇଁ ଏକମାତ୍ର ବ୍ୟୁତ୍ପନ ଭାବରେ କାର୍ଯ୍ୟ କରିଥାଏ, ଯାହା ପ୍ରତ୍ୟେକ ରାଜ୍ୟ ପାଖରେ ରହିଛି।

ବଞ୍ଚିତ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାରେ ରାଜ୍ୟ ବିଫଳ ହେଲେ ବିପିବିଏ (ବମ୍ବେ ପ୍ରିଭେନସନ୍ ଅଫ୍ ବେଗିଂ ଆକ୍ଟ) କେବଳ ଉଦ୍ଧାର କାର୍ଯ୍ୟ କରିଥାଏ। ଭୂମିହୀନମାନଙ୍କୁ ଜୀବନର ଅଧିକାର ପ୍ରଦାନ କରିବାରେ ରାଜ୍ୟ ବିଫଳ ଅଟେ । ତେଣୁ ଗରୀବ ଲୋକଙ୍କୁ ସେମାନଙ୍କ ଅବସ୍ଥା ପାଇଁ ଦଣ୍ଡିତ କରିଯାଇ ପାରିବ ନାହିଁ। ଭିକ ମାଗିବା ହେଉଛି ଏପରି ଏକ କାର୍ଯ୍ୟକଳାପ ଯାହା କାହାରିକୁ କ୍ଷତି ପହଞ୍ଚାଏ ନାହିଁ କିମ୍ବା ସମାଜର କୌଣସି କ୍ଷତି ଘଟାଏ ନାହିଁ ।

ଦ୍ୱିତୀୟତଃ, ରାଜ୍ୟ ନୀତିର ନିର୍ଦ୍ଦେଶନାମା ଅନୁଯାୟୀ , ଭୂମିହୀନଙ୍କୁ ଅଧିକାର ଯୋଗାଇବା ତଥା ସୁରକ୍ଷା ଦେବା ରାଜ୍ୟର ଏକ ଅଧିକାର ଅଟେ, ଯାହା ସମ୍ବିଧାନ ନିର୍ମାତାଙ୍କ ଦ୍ବାରା ନିର୍ମିତ ନିର୍ଦ୍ଦେଶାବଳୀ ଅଟେ ଏବଂ ଯାହା ଆଇନ ଏବଂ ନୀତି ପ୍ରଣୟନ କରିବା ସମୟରେ ପାଳନ କରାଯିବ ଉଚିତ ।

ତୃତୀୟତଃ ଏଥିରେ ଯୁକ୍ତି କରିପାରିବା ଯେ, ଏପରି କୌଣସି କାର୍ଯ୍ୟକଳାପ ଯେଉଁଥିରେ ଟଙ୍କା କିମ୍ବା ଖାଦ୍ୟ ଦେବା କିମ୍ବା ଗ୍ରହଣ କରିବା କିମ୍ବା ସ୍ୱେଚ୍ଛାକୃତ ଭାବରେ ଯେକୌଣସି ବିନିମୟ ଅନ୍ତର୍ଭୁକ୍ତ, ଏହାକୁ ରାଜ୍ୟ ଅପରାଧ ବୋଲି କହିପାରିବ ନାହିଁ। ତେଣୁ, ଭିକ ମାଗିବା ଏକ ବେରୋଜଗାର, ସମ୍ବଳର ଅଭାବ ଏବଂ ଶିକ୍ଷା ଏବଂ ଗୃହହୀନତାକୁ ଏକ ବିପଦ ଭାବରେ ବିବେଚନା କରିବା ପରିବର୍ତ୍ତେ ସେମାନଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ଅଛି ।

ସାଧାରଣତଃ, ଭିକାରୀମାନଙ୍କୁ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ । ପ୍ରଥମ-ଯାହାର କୌଣସି ବିକଳ୍ପ ନାହିଁ, ସେଏହା କରିବାକୁ ବାଧ୍ୟ ହୁଅନ୍ତି, ଏବଂ ଦ୍ବିତୀୟ- ଯେଉଁମାନେ ଭିକ ମାଗିବାର କୌଶଳ ଅର୍ଜନ କରିଛନ୍ତି ଏବଂ ଏଥିରୁ ବହୁ ପରିମାଣର ଅର୍ଥ ଉପାର୍ଜନ କରିଛନ୍ତି ।

ଭିକ୍ଷାବୃତ୍ତିରୁ ସମସ୍ୟା:

ଏହା ସହିତ ଭାରତରେ ଅନେକ ପିଲାଙ୍କୁ ଅପହରଣ କରାଯାଇ ତାଙ୍କୁ ଭିକ ମାଗିବାକୁ ବାଧ୍ୟ କରାଯାଇଥାଏ। ଯାହା ଉଦ୍ବେଗଜନକ ଅଟେ । ଭାରତୀୟ ଜାତୀୟ ମାନବ ଅଧିକାର ଆୟୋଗ ଅନୁଯାୟୀ ପ୍ରତିବର୍ଷ 40,000 ପର୍ଯ୍ୟନ୍ତ ଶିଶୁ ଅପହରଣ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ 10,000 ରୁ ଅଧିକ କେଉଁଠାରେ ଅଛନ୍ତି ତାହା ଜଣା ପଡିନାହିଁ। ଖାଲି ସେତିକି ନୁହେଁ, ଆକଳନ କରାଯାଇଛି ଯେ ସମଗ୍ର ଭାରତରେ 300,000 ପିଲା ଡ୍ରଗ୍ସ, ଏବଂ ପ୍ରତିଦିନ ଭିକ ମାଗିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଏହା ବହୁ ମିଲିୟନ୍ ଡଲାରର ଉଦ୍ୟୋଗ, ଯାହା ମାନବ ଚାଲାଣ ସଂଙ୍ଘ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

ସରକାରୀ ଜନଗଣନା ଫଳାଫଳ (2011)

ଭାରତର କେତେକ ରାଜ୍ୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଭିକାରୀ ଅଛନ୍ତି। ସରକାରୀ ଜନଗଣନା ଫଳାଫଳ (2011) ଅନୁଯାୟୀ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ଭିକାରୀ ଅଛନ୍ତି। ଉତ୍ତରପ୍ରଦେଶରେ ଶିଶୁ ଭିକ୍ଷା ବିଶେଷ ଭାବରେ ପ୍ରଚଳିତ ଥିବାବେଳେ ପଶ୍ଚିମବଙ୍ଗରେ ଭିନ୍ନକ୍ଷମ ଭିକାରୀ ଅଧିକ। ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆସାମ ଏବଂ ଓଡିଶାରେ ମଧ୍ୟ ଭିକାରୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ। ତଥାପି, ଭିକାରୀ କିଏ ତାହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ।

ABOUT THE AUTHOR

...view details