ଓଡିଶା

odisha

ଲକଡାଉନରେ ବଦଳାନ୍ତୁ ଘରର ପୁରୁଣା ରୂପ

By

Published : May 12, 2020, 6:46 AM IST

ଘରକୁ ମୋଲଡିଂ କଲର ଦେଇ ସଜାନ୍ତୁ । ଏଥିରେ ଅଧିକ ଖର୍ଚ୍ଚାନ୍ତ ହେବାର ନାହିଁ । ଅଧିକ ପଢନ୍ତୁ...

ଲକଡାଉନରେ ବଦଳାନ୍ତୁ ଘରର ପୁରୁଣା ରୂପ
ଲକଡାଉନରେ ବଦଳାନ୍ତୁ ଘରର ପୁରୁଣା ରୂପ

ହାଇଦ୍ରାବାଦ: ଲକଡାଉନ 3.0 । ପୁଣି ଘରେ ବସିବାର ସମୟ । ସମୟ ବିତାଇବାକୁ ଆପଣଙ୍କୁ ଏଥର ଅନେକ ଉପାୟ ମିଳିଯିବ । କାରଣ ପୂର୍ବ 2ଟି ଲକଡାଉନରେ ଆପଣ ଏହି ଅଭିଜ୍ଞତା ହାସଲ କରିସାରିଥିବେ । ତେବେ ଏଥର ରୋଷେଇ ଅପେକ୍ଷା ଘର ସାଜସଜ୍ଜାରେ ଅଧିକ ସମୟ ଦିଅନ୍ତୁ । ପୁରୁଣା ଘରକୁ ଏକଦମ ନୂଆ ରୂପରେ ସଜାଇ ଦିଅନ୍ତୁ । ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ।

ଘରର ସମ୍ପର୍ଣ୍ଣ ଲୁକ ବଦଳାଇ ଦେଇଥାଏ ରଙ୍ଗ । ଆପଣ ବିଭିନ୍ନ କଲର ବ୍ୟବହାର କରି ଘର ସଜାଇପାରିବେ । ସବୁଠୁ ବଡ କଥା ହେଉଛି କୌଣସି ନିର୍ଦ୍ଦିଷ୍ଟ କଲର ବଦଳରେ ନ୍ୟୁଟ୍ରାଲ ରଙ୍ଗ ବ୍ୟବହାର କରନ୍ତୁ । ଏହା ଘରକୁ ଏକ ପାରମ୍ପରିକ ରୂପ ସହ ଆକର୍ଷଣୀୟ ସାଜସଜ୍ଜା ଦେବ । ଏହି କଲର ମଧ୍ୟରେ କ୍ରିମ, ଧଳା, ଗ୍ରେ, ବ୍ରାଉନ, ପ୍ରାକୃତିକ କାଠର ରଙ୍ଗ ପ୍ରଭୃତି ସାମିଲ । ବର୍ତ୍ତମାନ ଡିଜାଇନରମାନେ ଏହି ରଙ୍ଗ ବ୍ୟବହାର କରୁଛନ୍ତି । ଘରର ଭିତର ଦୃଶ୍ୟକୁ ଆକର୍ଷଣୀୟ କରିବା ପାଇଁ ଏହା ଖୁବ ଚତ୍ମକାର କାମ କରିଥାଏ ।

ଘରକୁ ମୋଲଡିଂ କଲର ଦେଇ ସଜାନ୍ତୁ । ଏଥିରେ ଅଧିକ ଖର୍ଚ୍ଚାନ୍ତ ହେବାର ନାହିଁ । ଘର ଭିତର ଢଳେଇ କରିବାବେଳେ କ୍ରାଉନ ମୋଲଡିଂ ଦିଅନ୍ତୁ । କଲର ଦେବା ପରେ ଏହା ସୁନ୍ଦର ଦେଖାଯିବ । ମେଟାଲିକ ବସ୍ତୁର ବ୍ୟବହାର କରନ୍ତୁ । ମେଟାଲିକ ୱାଲପେପର ଓ ପେଣ୍ଟିଂ ସହ ଆପଣ ବିଭିନ୍ନ ଲିଚୁ ଲାଇଟ ଲଗାଇପାରିବେ । ଏହା ଘରକୁ ଚତ୍ମକାର ଲୁକ ଦେବ ।

ଲିଚୁ ଲାଇଟ ଆଉଟଡୋର ନୁହେଁ ଇନଡୋନ ସାଜସଜ୍ଜାରେ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଇଥାଏ । ଏହାକୁ ଆପଣ ଘରେ ବ୍ୟବହାର କରନ୍ତୁ । ଦିୱାଲୀ କିମ୍ବା ଅନ୍ୟ କୌଣସି ପର୍ବପର୍ବାଣୀର ଲାଇଟ୍ ଏବେ ଘର ସାଜସଜ୍ଜାରେ ବ୍ୟବହାର କରନ୍ତୁ । ଘରେ ନିଜ ଷ୍ଟଡି ଟେବୁଲ, ଡାଇନିଂ ରୁମ, ବେଡରୁମରେ ମଧ୍ୟ ଆପଣ ଏହାକୁ ସଜାଇପାରିବେ । ଏହାକୁ ଆପଣ ନିଜର ଡିଏଆଇୱାଇ ଲ୍ୟାମ୍ପ ବନାଇପାରିବେ । ଆପଣଙ୍କର ୱାଲ ଆର୍ଟରେ ରୁଚି ଥିଲେ ଏହା ଆର୍ଟକୁ ଖୁବ ସୁନ୍ଦର ବନାଇପାରିବ । ପିଲାଙ୍କ ବେଡରୁମରେ ଏହି ଲାଇଟ ଲଗାଇବା ଦ୍ବାରା ସେମାନେ ଖୁସି ହେବା ସହ ଆକର୍ଷିତ ହେବେ ।

ABOUT THE AUTHOR

...view details