ହାଇଦ୍ରାବାଦ: ବର୍ତ୍ତମାନ ପରିସ୍ଥିତି ଏପରି ଯେ ଲୋକଙ୍କ ସାମନାରେ 2ଟି ଉପାୟ । ଗୋଟିଏ ଘରକୁ ଫେରିବାକୁ ବାଧ୍ୟ ଏବଂ ମହାମାରୀରୁ ବଞ୍ଚିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା । କାରଣ ବାହାରେ ଲକଡାଉନ ଆଉ ଅଫିସ ବନ୍ଦ । ଘରେ ରହି ମହାମାରୀରୁ ବଞ୍ଚିବାର ଉପାୟ ଖୋଜିବା ଆମ ସମସ୍ତଙ୍କର ପ୍ରାଥମିକ କାମ । କିନ୍ତୁ ଏହି ସମୟ ଖାଲି କଟାଇବା ଅପେକ୍ଷା ନିଜ କ୍ରିଏଟିଭିଟି ଦେଖାଇବା ଶ୍ରେୟସ୍କର । ସେଥିପାଇଁ ଶ୍ରେଷ୍ଠ ଉପାୟ ହେଉଛି ଘରକୁ ନୂଆ ଲୁକ ଦେବା ।
ତେବେ ଘରେ ବସି ବାହାରକୁ ନଯାଇ ଏପରିକି ଅନଲାଇନରେ ଅର୍ଡର ନକରି ସାଜସଜ୍ଜା ସାମଗ୍ରୀ କିପରି କିଣିବା ? ଘର ସଜାଇବା ପାଇଁ ଦରକାର ଥିବା ଜିନିଷ କିପରି ମିଳିବ ? ଏସବୁ ପ୍ରଶ୍ନ ନିଶ୍ଚିତ ଆପଣଙ୍କ ମନରେ ଉଙ୍କି ମାରୁଥିବା । ତେବେ ଚିନ୍ତା କରନ୍ତୁ ନାହିଁ, ଉଡେନଷ୍ଟ୍ରିଟର ଇଣ୍ଟେରିଅର ଡିଜାଇନ ପରାମର୍ଶଦାତା ହିନା ଜୈନ ଏହା ଉପରେ ଅନେକ ଉପାଦେୟ ତଥ୍ୟ ଦେଇଛନ୍ତି । ଆଉ ସବୁଠୁ ସହଜ ଜିନିଷ ଯାହା ଆମ ପାଖରେ ଅଛି ତାହା ହେଉଛି ପୁରୁଣା ସାମଗ୍ରୀ । ଆମ ଷ୍ଟୋରେଜ ରୁମରେ ଏହା ମିଳିବ । ହିନା କହିଛନ୍ତି ଯେ ଓଲଡ ଇଜ ଗୋଲଡ । ଅଦରକାରୀ ଭାବି ଯାହାକୁ ଆମେ ଅନ୍ୟ ଦିନରେ ଫିଙ୍ଗି ଦେଇଥାଉ ଆଜି ତାହା କାମରେ ଆସିବ ।
କିଛି ପୁରୁଣା ଚାଇନା ପ୍ଲେଟ, କାଠ ସାମଗ୍ରୀ, ବେଡସିଟ ପ୍ରଭୃତି ଉଠାଇ ଆଣନ୍ତୁ ଏବଂ ଆପଣଙ୍କ କ୍ରିଏଟିଭିଟି ଦେଖାନ୍ତୁ । କାରଣ ଏବେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ । ନିଜ ଡାଇନିଂ କିମ୍ବା ଲିଭିଂ ରୁମର କାନ୍ଥରେ ଡିଜାଇନ ଚାଇନା ପ୍ଲେଟ ଟାଙ୍ଗି ପାରିବେ । ଏହାକୁ ବ୍ୟବହାର କରିବା ଦରକାର ନାହିଁ । ବାସ ସଠିକ ଭାବେ ସଜାଇପାରିଲେ ଆକର୍ଷଣୀୟ ଲାଗିବ । ଏଥିରେ ଫଟୋ ଲଗାଇପାରିବେ । କିଛି ପ୍ରେରଣାଦାୟୀ କଥା ଲେଖିପାରିବେ । ପୁରୁଣା ବେଡସିଟ କିମ୍ବା କପଡାକୁ କଇଁଚିରେ କାଟି ଏକ ନୂଆ ଡିଜାଇନ ଦିଅନ୍ତୁ । ଏହାକୁ ସଜାଇ ୱାଲ ଆର୍ଟ କରିପାରିବେ । ଆପଣଙ୍କ ଆର୍ଟ ଟାଲେଣ୍ଟ ପ୍ରଦର୍ଶିତ କରିବାର ଏହା ସଠିକ ସମୟ । ଘରେ ଥିବା ସୋଫା, ଟେବୁଲ, ଚେୟାର, ମ୍ୟାଟକୁ ନୂଆ ଡିଜାଇନ ଦିଅନ୍ତୁ । ନିଜ କପଡା ଥାକକୁ ମଧ୍ୟ ଏଥିରେ ସଜାଇପାରିବେ ।
ନିଜ ପୁରୁଣା ଫଟୋ ବାହାର କରନ୍ତୁ । ଘର କାନ୍ଥର ଏକ ଉପଯୁକ୍ତ ଜାଗା ବାଛି ସେଠାରେ ଏକ ଫଟୋ ଗ୍ୟାଲେରୀ ବନାନ୍ତୁ । ନିଜ ପ୍ରିୟଜନଙ୍କ ସହ ଫଟୋ କଲେକ୍ସନର ଏକ ଛୋଟ ଗ୍ୟାଲେରୀ ତିଆରି କରି ଲଗାନ୍ତୁ । ସବୁବେଳେ ଦେଖିଲେ ବି ଏହା ମନକୁ ସନ୍ତୁଷ୍ଟି ଦେବ । ଏଥିରେ ବିତାଇଥିବା ସମସ୍ତ ଖୁସି ମୂହୁର୍ତ୍ତର ଫଟୋ ଲଗାନ୍ତୁ । ଏହା ସବୁବେଳେ ଏକ ସକରାତ୍ମକ ପ୍ରେରଣା ଯୋଗାଇବ । ଏବେ ଯେହେତୁ ଆପଣଙ୍କ ପାଖରେ ଅନେକ ସମୟ ଅଛି ତେଣୁ କିଛି ପୁରୁଣା ଜିନିଷର ସ୍ଥାନ ବଦଳାନ୍ତୁ । ଅର୍ଥାତ ବହୁତ ଦିନ ହେବ ଗୋଟିଏ ସ୍ଥାନରେ ଯେଉଁ ଜିନିଷ ଅଛି ତାହାକୁ ଆଉ ଏକ ସ୍ଥାନରେ ରଖନ୍ତୁ । ଏପରି କରି ଘରର ସବୁ ସେଲଫ, ବହି, ସାଜସଜ୍ଜା ସାମଗ୍ରୀ ପ୍ରଭୃତିକୁ ଏକ ନୂଆ ଜାଗା ଦିଅନ୍ତୁ । ଟିକେ ମୁଣ୍ଡ ଖଟାନ୍ତୁ ଘର ଆପଣଙ୍କର ସୁନ୍ଦର ଦିଶିବ ।
ଛୋଟ ଛୋଟ ପ୍ଲାଣ୍ଟ ଯଦି ଘରେ ଲଗାଇଛନ୍ତି ତେବେ ତାହାକୁ ପୁରୁଣା କଣ୍ଟେନରରେ ରଖନ୍ତୁ । ଏହା ପ୍ରତି ଧ୍ୟାନ ଦିଅନ୍ତୁ । ପାଣି ଦିଅନ୍ତୁ । ଏହି ସମୟରେ ନୂଆ ନୂଆ ଗଛ ଲଗାଇପାରିବେ । ଘରେ ଥିବା ବିଭିନ୍ନ ପରିବାରର ମଞ୍ଜି କିମ୍ବା ଫଳ ଚୋପାରୁ ଏହା ଆରମ୍ଭ କରିପାରିବେ । ଘରର ଜିନିଷପତ୍ରକୁ ବାରମ୍ବାର ବଦଳାଇବା ଦ୍ବାରା ଆପଣଙ୍କୁ ଘର ସବୁବେଳେ ଏକ ନୂଆ ରୂପରେ ଦିଶିବ । ନିଜକୁ ଖୁସି ଲାଗିବା ସହ ଘରେ ସବୁବେଳେ ପଜିଟିଭ ଭାଇବ ଲାଗିରହିବ । ଆପଣଙ୍କ ଶାରୀରିକ ପରିଶ୍ରମ ବି ହୋଇଯିବ । ନିଜର କ୍ରିଏଟିଭିଟି ବି କାମରେ ଆସିବ । ଘର ସ୍ତ୍ରୀ ଲୋକଙ୍କ କାମ ବି ହାଲୁକା ହୋଇଯିବ । ନିଜ ପାଇଁ ଘରେ ଗୋଟିଏ ପର୍ସନାଲ ସ୍ପେଶ ବନାନ୍ତୁ । ଏଠାରେ ଏକା ବସି ସମୟ ବିତାନ୍ତୁ । ତାହାକୁ ସଜାଇ ରଖନ୍ତୁ । କପଡା ଥିବା ଥାକକୁ ସଜାନ୍ତୁ । ସେଠାରେ ନିଜର ସାର୍ଟ, ପ୍ୟାଣ୍ଟ, ଟାଏ, ଡେଲି ୟୁଜ ଭଳି ସବୁପ୍ରକାର ଭେରାଇଟିକୁ ଅଲଗା କରି ରଖନ୍ତୁ । ସମୟ ଦିଅନ୍ତୁ ବୁଦ୍ଧି ଖଟାନ୍ତୁ । ଘର ଆପଣଙ୍କ ନୂଆ ରୂପରେ ଦେଖାଯିବ ।