ଓଡିଶା

odisha

ETV Bharat / bharat

ଉନ୍ନାଓ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲା, ରାୟ ସଂରକ୍ଷିତ ରଖିଲେ କୋର୍ଟ

ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପିତାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ତିସ ହଜାରୀ କୋର୍ଟ ରାୟ ସଂଗକ୍ଷିତ ରଖିଛନ୍ତି । ମାର୍ଚ୍ଚ ୨ ତାରିଖରେ ଜିଲ୍ଲା ବିଚାରପତି ଧର୍ମେଶ ଶର୍ମା ରାୟ ପ୍ରକାଶ କରିବା ନେଇ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Unnao rape victim
ତିସ ହଜାରି କୋର୍ଟ

By

Published : Feb 29, 2020, 2:51 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପିତାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ତିସ ହଜାରୀ କୋର୍ଟ ରାୟ ସଂଗକ୍ଷିତ ରଖିଛନ୍ତି । ମାର୍ଚ୍ଚ ୨ ତାରିଖରେ ଜିଲ୍ଲା ବିଚାରପତି ଧର୍ମେଶ ଶର୍ମା ରାୟ ପ୍ରକାଶ କରିବା ନେଇ ଆଦେଶ ଦେଇଛନ୍ତି । ପୀଡିତାଙ୍କ ପିତା 9 ଏପ୍ରିଲ 2018 ରେ ବିଚାର ବିଭାଗୀୟ ହେପାଜତରେ ମୃତ୍ୟୁବରଣ କରିଥିଲେ । ତେବେ ଏହି ହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ସମେତ ଅନ୍ୟ 11 ଜଣ ଅଭିଯୁକ୍ତ ଅଛନ୍ତି।

ଜୁନ 4, 2017 ରେ ପୀଡିତା କୂଳଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ସେଙ୍ଗରଙ୍କ ଭାଇ ଅତୁଲ ସିଂ ଏବଂ ତାଙ୍କ ସହଯୋଗୀ ପୀଡିତାଙ୍କ ବାପାଙ୍କୁ ମାଡ ମାରି ଅଧାମରା ଅବସ୍ଥାରେ ପୋଲିସକୁ ହସ୍ତାନ୍ତର କରିଦେଇଥିଲେ । ତେବେ ପୀଡିତାଙ୍କ ପିତାଙ୍କୁ ଜେଲ ସ୍ଥାନାନ୍ତର କରିବାର କିଛି ଘଣ୍ଟା ମଧ୍ୟରେ ସେ ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ।

ତେବେ ତିସ ହଜାରୀ କୋର୍ଟ 20 ଡିସେମ୍ବର 2019 ରେ ସେଙ୍ଗରଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଏହା ବ୍ୟତୀତ କୋର୍ଟ 25 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ । ଏହି ଜରିମାନା ମଧ୍ୟରୁ 10 ଲକ୍ଷ ଟଙ୍କା ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେପଟେ ତିସ ହଜାରୀ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କୁଲଦୀପ ସିଂ ସେଙ୍ଗର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details