ଓଡିଶା

odisha

ETV Bharat / bharat

ମହାକୁମ୍ଭ ମେଳା '2021', ଆଖଡା ପରିଷଦ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୈଠକ - ସନାତନ ଧର୍ମର ପରମ୍ପରା

ଫେବୃୟାରୀ ସୁଦ୍ଧା ସ୍ଥିର ହେବ ମହାକୁମ୍ଭ ମେଳା-2021ର କାର୍ଯ୍ୟସୂଚୀ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରବିବାର ଏକ ବୈଠକ ଡାକିଥିଲେ।

ମହାକୁମ୍ଭ ମେଳା, ଆଖଡା ପରିଷଦ ସହ ବୈଠକ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

By

Published : Jun 22, 2020, 8:21 AM IST

ଡେରାଡୁନ: ଫେବୃୟାରୀ ସୁଦ୍ଧା ସ୍ଥିର ହେବ ମହାକୁମ୍ଭ ମେଳା-2021ର କାର୍ଯ୍ୟସୂଚୀ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରବିବାର ଏକ ବୈଠକ ଡାକିଥିଲେ। ଆଖଡା ପରିଷଦର ସଦସ୍ୟମାନଙ୍କ ସହିତ ଏହି ବୈଠକର ଆଲୋଚନା କରାଯାଇଥିବା ସେ କହିଛନ୍ତି।

ସିଏମ୍ ରାୱତ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ,'' ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଫେବୃଆରୀରେ ମହାକୁମ୍ -2021 ସମ୍ପର୍କରେ ସରକାର ଆଖଡା ପରିଷଦ ସହିତ ନିଷ୍ପତ୍ତି ନେବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ସନାତନ ଧର୍ମର ପରମ୍ପରା ଅନୁଯାୟୀ କୁମ୍ଭମେଳା ଅନୁଷ୍ଠିତ ହେବ।''

ସିଏମ୍ ରାୱତ ଏହା ମଧ୍ୟ କହିଛନ୍ତି ଯେ ଆଖଡା ପରିଷଦର ମହନ୍ତ ହରିଗିରି ଜୀ ମହାରାଜ କହିଛନ୍ତି ଯେ ସମସ୍ତ ଅଖଡାର ମହାତ୍ମା ପରସ୍ପର ସହମତ ହୋଇଛନ୍ତି ଯେ ମହାକୁମ୍ ମେଳା କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ ହେବା ଉଚିତ୍।

ଏହାପୂର୍ବରୁ ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ସିଏମ ରାୱତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାଉଡୀ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏବଂ ଦେଶରେ ଚାଲିଥିବା କୋଭିଡ୍ ପରିସ୍ଥିତି ମଧ୍ୟରେ ବୋଲବୋମ୍ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ABOUT THE AUTHOR

...view details